ସରକାରଙ୍କ ଆଲୋଚନା ସମ୍ପର୍କିତ ଖବର ପ୍ରସାରଣକୁ ଦେଶ ବିରୋଧୀ କୁହାଯିବ ନାହିଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଗତ ୧୫ଦିନ ହେବ ଅଭିବ୍ୟକ୍ତିର ସ୍ୱାଧୀନତା (ବାକ୍ ସ୍ୱାଧୀନତା) ଉପରେ ଚର୍ଚ୍ଚା ଲାଗିରହିଛି । ପ୍ରକାଶ ଯେ ସୁପ୍ରିମକୋର୍ଟ ଏହି ମାମଲାକୁ ଅତି ଗମ୍ଭୀରତାର ସହ ନେଇଥିବା ଜଣାଯାଇଛି । ପ୍ରଥମ ମାମଲା ହେଟ୍ ସ୍ପିଚ୍ ଉପରେ ଜଡ଼ିତ ଓ କେରଳର ଏକ ନ୍ୟୁଜ୍ ଚାନେଲ୍ ବ୍ୟାନ୍ ସମ୍ପର୍କିତ ମାମଲା । ନ୍ୟୁଜ୍ ଚାନେଲ ବ୍ୟାନକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି କୌଣସି ଗଣମାଧ୍ୟମ ସଂସ୍ଥାର କଭରେଜରେ ସରକାରଙ୍କ ଆଲୋଚନା କରାଯାଇଥାଏ ତାହାକୁ ଦେଶ ବିରୋଧୀ କୁହାଯିବ ନାହିଁ।
ଗଣମାଧ୍ୟମ ଉପରେ ପ୍ରଶ୍ନ ଉଠାଇବା ଅଧିକାର ଉପରେ ଟିପ୍ପଣୀ କରି ସୁପ୍ରିମକୋର୍ଟ ଦେଶ ବିରୋଧୀ ଭଳି ଶବ୍ଦ ବ୍ୟବହାର କରିବା ଉପରେ ବି ଶକ୍ତ ଟିପ୍ପଣୀ ରଖିଛନ୍ତି । ତାଜା ମାମଲାଟ କେରଳର ନ୍ୟୁଜ୍ ଚାନେଲ୍ ୱାନ୍ ସହ ଜଡ଼ିତ । ଏହି ମାଲାୟଲମୀ ନ୍ୟୁଜ୍ ଚାନେଲ୍ ଉପରେ ବ୍ୟାନ୍ ଲଗାଯାଇଥିଲା । ସୁପ୍ରିମକୋର୍ଟ ଏହି ବ୍ୟାନ୍ ହଟାଇ ଦେଇଛନ୍ତି । ଏହି ବ୍ୟାନ୍ ହଟାଇବା ଗଣମାଧ୍ୟମର ସ୍ୱତନ୍ତ୍ରତା ଦୃଷ୍ଟିରୁ ବହୁତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଇଛି ।
ଏପରିକି ସୁପ୍ରିମକୋର୍ଟ କହିଛନ୍ତି କି ସରକାରଙ୍କ ଆଲୋଚନା ସମ୍ପର୍କିତ ଖବର ପ୍ରସାରଣ କରିବା କିମ୍ବା ସରକାରଙ୍କୁ ସମାଲୋଚନା କରିବା ଦେଶବିରୋଧୀ ନୁହେଁ । ଏଭଳି କ୍ରିଟିକାଲ୍ କଭରେଜ୍କୁ ଦେଶର ସୁରକ୍ଷା ଦୃଷ୍ଟିରୁ ବିପଦ କହି କୌଣସି ଗଣମାଧ୍ୟମ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇପାରିବ ନାହିଁ । ଏହା ମଧ୍ୟ କୁହାଯାଇଛି ଯେ ଏହି ଉପାୟରେ କୌଣସି ମିଡିଆ ଚ୍ୟାନେଲର ସୁରକ୍ଷା କ୍ଲିୟରାନ୍ସ ବନ୍ଦ ହୋଇପାରିବ ନାହିଁ । ମିଡିଆ ନିଜର ମତ ପ୍ରକାଶ କରିବାକୁ ସ୍ୱାଧୀନ ଅଟେ । ଦେଶର ସୁରକ୍ଷା ନାଁରେ ମତ ସ୍ୱାଧୀନତାକୁ ବନ୍ଦ କରିବା ଅଭିବ୍ୟକ୍ତିର ସ୍ୱାଧୀନତା ଏବଂ ଗଣମାଧ୍ୟମର ସ୍ୱାଧୀନତା ଉପରେ ଅତ୍ୟନ୍ତ ଖରାପ ପ୍ରଭାବ ପକାଇବ ।