ଝାରସୁଗୁଡା ଉପନିର୍ବାଚନ ପାଇଁ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କଲା କଂଗ୍ରେସ
ଭୁବନେଶ୍ୱର: ରାଜ୍ୟରେ ଏବେ ରାଜନୈତିକ ମାହୋଲ ଏକ ଦମ ଉଷ୍ମ ରହିଛି । ଆଉ ସେପଟେ ଉପନିର୍ବାଚନ ପାଇଁ ବିଗୁଲ ବାଜିବା ପରଠାରୁ ଶାସକ ଦଳ ତାର ସମସ୍ତ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ସେପଟେ ବିରୋଧୀ ମାନେ ମଧ୍ୟ ଚୁପ ବସି ନାହାଁନ୍ତି ।
ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ତରୁଣ ପାଣ୍ଡେ ହୋଇଛନ୍ତି କଂଗ୍ରେସ ପ୍ରାର୍ଥୀ । ଏଆଇସିସି ଅଧ୍ୟକ୍ଷଙ୍କ ସହମତିରେ ତରୁଣଙ୍କ ନାଁ ଘୋଷଣା କରାଯାଇଛି । ଅନ୍ୟପଟେ ନବଦାସଙ୍କ ଝିଅ ଦୀପାଳିଙ୍କୁ ପ୍ରାର୍ଥୀ କରିଛି ବିଜେଡି । କିନ୍ତୁ ବିଜେପି ଏଯାଏଁ ପ୍ରାର୍ଥୀ ଘୋଷଣା କରିନାହିଁ ।
ଏବେ କିଛି ଦିନ ମଧ୍ୟରେ ବିଜେପି ମଧ୍ୟ ପ୍ରାର୍ଥୀ ନାମ ଘୋଷଣା କରିବ ବୋଲି ବିଜେପି ବିଧାୟକ ସୁବାଷ ପାଣିଗ୍ରାହୀ କହିଛନ୍ତି । ସେ କହିଛନ୍ତି ବିଜେପି ପକ୍ଷରୁ ଯୁବ ଚେହେରା ତଥା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀଙ୍କୁ ପ୍ରାର୍ଥି କରାଯିବ । ବାସ ଘୋଷଣା ବାକି ଅଛି ।
ମେ’ ୧୦ରେ ଝାରସୁଗୁଡା ଉପ-ନିର୍ବାଚନ ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ
– ମେ’ ୧୩ରେ ଭୋଟ ଗଣତି
– ଏପ୍ରିଲ ୧୩ରେ ପ୍ରକାଶ ପାଇବ ବିଜ୍ଞପ୍ତି
– ୨୦ ଏପ୍ରିଲ ନାମାଙ୍କନ ଦାଖଲର ଶେଷ ତାରିଖ
– ୨୧ ଏପ୍ରିଲରେ ନାମାଙ୍କନ ପତ୍ର ଯାଞ୍ଚ
– ୨୪ ଏପ୍ରିଲ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ