ଚଳିତ ବର୍ଷ କମ୍ ବର୍ଷା ହେବାର ସମ୍ଭାବନା

ନୂଆଦିଲ୍ଲୀ: ଭାରତରେ ଚଳିତ ବର୍ଷ କମ୍ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି । ସୋମବାର ଏନେଇ ପୁର୍ବାନୁମାନ କରିଛି ଘରୋଇ ପାଣିପାଗ ଏଜେନ୍ସୀ ସ୍କାଏମେଟ୍ । ସ୍କାଏମେଟ୍ କହିଛି ଯେ, ଅଲ ନୀନୋ(El Niño)ବ୍ୟତିତ ଚଳିତ ବର୍ଷ ମୌସୁମୀକୁ ଅନ୍ୟ କେତେକ ଦିଗ ମଧ୍ୟ ପ୍ରଭାବିତ କରିପାରେ । ଏହି କାରଣରୁ ଚଳିତ ବର୍ଷ ଉତ୍ତର ଭାରତ ଯଥା, ପଞ୍ଜାବ, ହରିୟାଣା, ରାଜସ୍ଥାନ ଏବଂ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ବର୍ଷର ଦ୍ୱିତୀୟ ଭାଗରେ କମ୍ ବର୍ଷା ହେବାର ସମ୍ବାବନା ରହିଛି । ଭୌଗଳିକ ଅଞ୍ଚଳକୁ ଦୃଷ୍ଟି ଦେଲେ ଦେଶର ଉତ୍ତର ଏବଂ ମଧ୍ୟ ଭାଗରେ ମୌସୁମୀ ଦୁର୍ବଳ ରହିବ ବୋଲ ସ୍କାଏମେଟ୍ ଆକଳନ କରିଛି ।

ତେବେ ମୋସୁମୀର ମୁଖ୍ୟ ସମୟ ଯଥା ଜୁଲାଇ ଏବଂ ଅଗଷ୍ଟ ମାସରେ ଗୁଜରାଟ, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହେବ । ଏହା ପୁର୍ବରୁ ଜାନୁଆରୀ ୪ରେ ମଧ୍ୟ ସ୍କାଏମେଟ୍ କହିଥିଲା ଯେ, ଚଳିତ ବର୍ଷ ମୌସୁମୀ ବର୍ଷା କମ୍ ରହିବ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ମୌସୁମୀ ସମ୍ପର୍କରେ କୌଣସି ପୁର୍ବାନୁମାନ କରିନାହିଁ ।

ସ୍କାଏମେଟ୍‌ର ପରିଚାଳନା ନିର୍ଦ୍ଦେଶକ ଜଟିନ୍ ସିଂ ଏକ ବିବୃତ୍ତିରେ କହିଛନ୍ତି ବର୍ଷରେ କ୍ରମାଗତ ସାଧାରଣ କିମ୍ବା ଅଧିକ ସାଧାରଣ ବୃଷ୍ଟିପାତ ହୋଇଛି । କିନ୍ତୁ ଏଥର ଭୂମଧ୍ୟସାଗରରେ ଏଲ୍ ନିନୋ ଗଠନ ହେବାର ସମ୍ଭାବନା ଯଥେଷ୍ଟ ବୃଦ୍ଧି ପାଉଛି । ଏଲ୍ ନିନୋଙ୍କ ପ୍ରତ୍ୟାବର୍ତ୍ତନ ସହିତ, ଚଳିତ ବର୍ଷର ମୌସୁମୀ ଋତୁ ଦୁର୍ବଳ ହୋଇପାରେ ।

Related Articles

Back to top button