ଅନୁଗୋଳରେ ସେଣ୍ଟ୍ରାଲ ଜିଏସଟି ଚଢଉ

ଅନୁଗୋଳ: ଅନୁଗୋଳରେ ସେଣ୍ଟ୍ରାଲ ଜିଏସଟି ଚଢଉ ।  ଅନୁଗୋଳ ତୁରଙ୍ଗ ସ୍ଥିତ ଏକ ଟାଇଲସ ଓ ମାର୍ବଲ ଦୋକାନରେ ସେଣ୍ଟ୍ରାଲ ଜିଏସଟି ଚଢଉ ହୋଇଛି ।   ସନ୍ତୋଷ ଟ୍ରେଡିଂ କମ୍ପାନୀ ନାମକ ଏହି ଟାଇଲସ ସୋରୁମରେ ଜିଏସଟିର ୮ ଜଣିଆ ଟିମର ଚଢ଼ାଉ ଜାରି ରହିଛି ।

ବିକାଶ ବାଗଡ଼ି ନାମକ ଏହି ଶୋ ରୁମର ମାଲିକଙ୍କର ଜଣେ ସମ୍ପର୍କୀୟ  ଭୁବନେଶ୍ୱରରେ ଏକ  ଶୋ ରୁମ ଖୋଲିଛନ୍ତି । ସେଠାରେ GST ଠକେଇ ହୋଇଥିବା ଜାଣିବା ପରେ ବିଭାଗ ପକ୍ଷରୁ ଅନୁଗୋଳର ଏହି ଶୋ ରୁମରେ ମଧ୍ୟ ଚଢ଼ାଉ କରା ଯାଉଛି ।

ତେବେ ଜିଏସଟି ଠକେଇ କିଛି ଅଭିଯୋଗ ହୋଇଥିଲା କି ନାହିଁ ଜଣାପଡିନି । ବିଭାଗୀୟ ଇଣ୍ଟେଲିଜେନ୍ସ ରିପୋର୍ଟ ଅନୁସାରେ ଏହି ଚଢ଼ାଉ କରା ଯାଉଥିବା  ଆଡ଼ିସିନାଲ ଆସିଷ୍ଟାଣ୍ଟ ଡ଼ାଇରେକ୍ଟର ଓମ ପ୍ରକାଶ ନାୟକ କହିଛନ୍ତି ।

ତେବେ ଚଢଉରେ କ’ଣ ତଥ୍ୟ ମିଳିଛି ସେ ନେଇ ସୂଚନା ମିଳିନାହିଁ ।   ଚଢଉ ଶେଷ ହେବା  ପରେ  ସମ୍ପୂର୍ଣ୍ଣ ତଥ୍ୟ ଦିଆଯିବ ବୋଲି ଆସିଷ୍ଟାଣ୍ଟ ଡ଼ାଇରେକ୍ଟର କହିଛନ୍ତି ।

Related Articles

Back to top button