ଶତାବ୍ଦୀ ଶେଷ ସୁଦ୍ଧା ୮୦୦ରୁ ୬୦୦ କୋଟିକୁ ହ୍ରାସ ପାଇବ ଜନସଂଖ୍ୟା
ନୂଆଦିଲ୍ଲୀ: ଜନସଂଖ୍ୟା ବୃଦ୍ଧିକୁ ନେଇ ମଣିଷର ଚିନ୍ତା ଏଣିକି ଦୂର ହେବ । କାରଣ ବିଶ୍ୱର ଜନସଂଖ୍ୟା ଆଗକୁ ବଢିବନି ବରଂ କମିବ ।ପ୍ରକୃତରେ ବିଶ୍ୱ ଜନସଂଖ୍ୟା ବୃଦ୍ଧି ଏବେ ଚିନ୍ତାଜନକ ସ୍ଥିତିରେ । ୧୨୫ ବର୍ଷର ଲାଗିଥିଲା ଲୋକସଂଖା ୧୦୦ରୁ ୨୦୦ କୋଟିରେ ପହଞ୍ଚିବା ପାଇଁ । ହେଲେ ଗତ ନଭେମ୍ବର ୧୫ରେ ବିଶ୍ୱ ଜନସଂଖ୍ୟା ୮୦୦ କୋଟି ଛୁଇଁଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ୭୦୦ରୁ ୮୦୦ କୋଟି ହେବା ପାଇଁ ମାତ୍ର ୧୨ ବର୍ଷ ଲାଗିଥିଲା । ହେଲେ ଏବେ ୨୦୫୦ ବେଳକୁ ଜନସଂଖ୍ୟା ୯୦୦ କୋଟି ଛୁଇଁବ । ଅର୍ଥାତ ଏଥିପାଇଁ ୨୭ ବର୍ଷ ଲାଗିବ । ଏଥରୁ ଜଣାପଡୁଛି ଯେ ପୃ୍ଥିବୀରେ ପ୍ରଜନନ କ୍ଷମତା ହ୍ରାସ ପାଉଛି ।
UN DESA ର ୱାର୍ଲଡ ପପୁଲେଶନ ପ୍ରସପେକ୍ଟସ ୨୦୨୨ ରିପୋର୍ଟରେ କୁହାଯାଇଥିଲା, ୨୦୩୭ ସୁଦ୍ଧା ବିଶ୍ୱ ଜନସଂଖ୍ୟା ୯୦୦ କୋଟି ଛୁଇଁବ । ୨୦୫୮ରେ ଏହା ୧୦୦୦ କୋଟି ପାର କରିବ । ହେଲେ ସେପରି ହେବା ଲକ୍ଷ୍ୟ କରାଯାଉ ନାହିଁ । ଏକ ନୂଆ ଅଧ୍ୟୟନରୁ ଏହା ସ୍ପଷ୍ଟ ହୋଇଛି ।
ଲୋକ ସଂଖ୍ୟା ବୃଦ୍ଧି ହେବା ଦ୍ୱାରା ଶକ୍ତି ଏବଂ ସଂସାଧନ ବ୍ୟବହାର ଅଧିକ ହେବ । ଆର୍ଥିକ ଅସନ୍ତୁଳନ ସୃ୍ଷ୍ଟି ହେବ । ଭବିଷ୍ୟତରେ ବଢୁଥିବା ଲୋକ ସଂଖ୍ୟାକୁ ଦୃଷ୍ଟିରେ ରଖି ସାମାଜିକ, ଆର୍ଥିକ ଏବଂ ପରିବେଶରୁ ସବୁଥିରୁ ଫାଇଦା ମିଳି ପାରିବା ପରି ନୀତିକୁ ଆପଣାଇବାକୁ ପଡିବ । ହେଲେ ଏଠାରେ ଯେଉଁ ଷ୍ଟଡି କଥା କୁହାଯାଉଛି, ତାହା ଅନେକ ଦିଗକୁ ନେଇ କରାଯାଇଥିଲା ଯେଉଁଥିରୁ ଜଣାପଡିଥିଲା, ପୃଥିବୀର ୧୦ ପ୍ରତିଶତ ଧନି ଲୋକ ବିଶ୍ୱର ବେଶି କ୍ଷତି କରୁଛନ୍ତି । ଯାହାର ଫଳ ସାଧାରଣ ଲୋକ ଭୋଗୁଛନ୍ତି ।
ଏହି ଷ୍ଟଡିରେ ୧୦ଟି ଦେଶକୁ ନିଆ ଯାଇଥିଲା । ଏଥିରେ ଚୀନଠାରୁ ଆରମ୍ଭ କରି ଆଫ୍ରିକା ପର୍ଯ୍ୟନ୍ତ ସବୁ ବର୍ଗର ଦେଶକୁ ସାମିଲ କରା ଯାଇଥିଲା । ଏହି ସମୟରେ ଆଫ୍ରିକା ପରି ଦେଶ ଯେପରି ଅଙ୍ଗୋଲା, ନାଇଗର, କଙ୍ଗୋ, ନାଇଜେରିଆରେ ଜନସଂଖ୍ୟା ଦ୍ରୁତଗତିରେ ବଢୁଥିବା କୁହାଯାଇଥିଲା । ଏସିଆ ମହାଦେଶକୁ ଦେଖିଲେ ଜଣାଯାଏ ଆଫଗାନିସ୍ତାନରେ ସବୁଠାରୁ ବେଶୀ ମାତ୍ରାରେ ଜନସଂଖ୍ୟା ବୃଦ୍ଧି ପାଉଛି ।
ବିଶ୍ୱ ୧୯୮୦ରୁ ବଦଳିବା ଆରମ୍ଭ କରିଛି । ଏହି ଗଣନା ଅନୁସାରେ ଚଳିତ ଶତାବ୍ଦୀର ମଧ୍ୟଭାଗରେ, ବିଶ୍ୱର ଜନସଂଖ୍ୟା ୮୮୦ କୋଟିରେ ପହଞ୍ଚିବା ପରେ ୨୧୦୦ ବେଳକୁ ଏହା ହ୍ରାସ ପାଇ ୭୩୦ କୋଟିରେ ପହଞ୍ଚିବ । ୨୦୪୦ ବେଳେକୁ ଏହା ଜନସଂଖ୍ୟା ହ୍ରାସ ପାଇ ୮୫୦ କୋଟି ଛୁଇଁବ । ଶତାବ୍ଦୀର ଶେଷ ବେଳକୁ ଏହା ଆହୁରି ହ୍ରାସ ପାଇବ । ବିଶେଷ କରି ଆର୍ଥିକ ଅସନ୍ତୁଳନ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁ ଜନସଂଖ୍ୟା ହ୍ରାସ ପାଇବ ବୋଲି ଏହି ଅଧ୍ୟୟନରୁ ଜଣାଯାଇଛି । ୨୦୫୦ ସୁଦ୍ଧା ବିଶ୍ୱର କଙ୍ଗୋ, ମିଶର, ଇଥିଓପିଆ, ଭାରତ, ନାଇଜେରିଆ, ପାକିସ୍ତାନ, ଫିଲିପାଇନ୍ସ, ତାଞ୍ଜାନିଆରେ ୨୦୫୦ ସୁଦ୍ଧା ଜନସଂଖ୍ୟା ବୃଦ୍ଧି ପାଇବ ।