ଆଜି ୪୦ ଡିଗ୍ରୀ ଉପରେ ୨୫ ସହରର ତାପମାତ୍ରା

ଭୁବନେଶ୍ୱର: ସାରା ରାଜ୍ୟରେ ଡହ ଡହ ଖରା । ସକାଳୁ ସକାଳୁ ବି ଅସହ୍ୟ ହେଉଛି ଖରା । ଘରୁ ବାହାରି ହେଉନି । ଆଜି ବି ୪୦ ଡିଗ୍ରୀ ତାପମାତ୍ରାରେ ଛଟପଟ ହେଉଛି ରାଜ୍ୟ । ଆଜି ବି ସକାଳ ୧୧ଟା ସୁଦ୍ଧା ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଟପିଲାଣି ।

ଝାରସୁଗୁଡାରେ ତାପମାତ୍ରା ୩୯.୮ ଡିଗ୍ରୀ ଥିବାବେଳେ କେନ୍ଦୁଝରରେ ୩୯.୨ ଡିଗ୍ରୀ ରହିଛି । ସେହିପରି ଚାନ୍ଦବାଲିରେ ୩୮.୨, ଭୁବନେଶ୍ୱରରେ ୩୭.୮, ବାଲେଶ୍ୱରରେ ୩୭, ହୀରାକୁଦରେ ୩୬.୮ ଡିଗ୍ରୀ ସେଲସିୟସ ରହିଛି ।

ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି,  ଆସନ୍ତା ୨ ଦିନ ମଧ୍ୟରେ ତାପମାତ୍ରା ଆହୁରି ବଢିବ । ଆସନ୍ତା ୨ ଦିନ ତାପମାତ୍ରା ୩ରୁ ୫ ଡିଗ୍ରୀ ବୃଦ୍ଧି ପାଇବ ବୋଲି କହିଛି ବିଭାଗ । ତେବେ ୧୫ ତାରିଖ ପରେ ଗ୍ରୀଷ୍ମ ପ୍ରବାହ କମିବାର ସମ୍ଭାବନା ରହିଛି ।

ତେବେ ଆଗାଗୀ ୨ ଦିନ ପାଇଁ ରାଜ୍ୟରେ ହିଟୱେଭ ଜାରି କରାଯାଇଛି । ଆଜି ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ୮ଟି ଜିଲ୍ଲା ହେଉଛି, ମୟୂରଭଞ୍ଜ, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ,  ଦେବଗଡ ଓ ଅନୁଗୁଳ । ତେବେ ଖୋର୍ଦ୍ଦା, କଟକ ସମେତ ୧୪ଟି ଜିଲ୍ଲାର କେତେକ ଅଞ୍ଚଳରେ ରବିବାର ସାମାନ୍ୟ ମଧ୍ୟମ ଧରଣର ବର୍ଷା  କିମ୍ବା ଘଡଘଡି ସହ ବର୍ଷା ସମ୍ଭାବନା ଥିବା କହିଛନ୍ତି ।

ଆଜି ୨୫ଟି ସହରରେ ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଛି ।  ବାରିପଦାରେ ତାପମାତ୍ରା ସର୍ବାଧିକ ୪୩.୫ ଡିଗ୍ରୀ ସେଲସିୟସ ଥିବା ରେକର୍ଡ କରାଯାଇଛି  ।

Related Articles

Back to top button