ରାଉରକେଲାରେ ବିସିସିଆଇ ପକ୍ଷରୁ ‘ଆଇପିଏଲ୍‌ ଫ୍ୟାନ୍‌ ପାର୍କ‌’

ରାଉରକେଲା : ବଡ଼ ପରଦାରେ ଆଇପିଏଲ୍‌ ମ୍ୟାଚ୍‌ର ସିଧା ପ୍ରସାରଣ ହେବ। ଲାଇଭ୍‌ ମ୍ୟାଚ୍‌ର ମଜା ନେବାର ସୁଯୋଗ ପାଇବେ କ୍ରିକେଟପ୍ରେମୀ। ଷ୍ଟାଡିୟମରେ ବସି ମ୍ୟାଚ୍‌ ଦେଖିବା ଭଳି ଅନୁଭୂତି ପାଇବେ। କ୍ରିକେଟ୍‌ପ୍ରେମୀଙ୍କୁ ଏସବୁ ସୁବିଧା ଯୋଗାଇବାକୁ ଖୋଦ୍‌ ବିସିସିଆଇ ପକ୍ଷରୁ ‘ଫ୍ୟାନ୍‌ ପାର୍କ‌’ର ବ୍ୟବସ୍ଥା କରାଯାଇଛି।

ଏନେଇ ଆଜି ‘ଟାଟା ଆଇପିଏଲ୍‌ ଫ୍ୟାନ୍‌ ପାର୍କ’ ଆୟୋଜକଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ସୂଚନା ଦିଆଯାଇଥିଲା, ପୂର୍ବବର୍ଷ ଅପେକ୍ଷା ଏଥର ଆଇପିଏଲର ଚାହିଦା ବହୁମାତ୍ରାରେ ବଢ଼ିଛି। ପ୍ରଶଂସକଙ୍କ ପାଖରେ ପହଞ୍ଚିବାକୁ ଆୟୋଜକଙ୍କ ପକ୍ଷରୁ ନୂତନ ପଦକ୍ଷେପ ଗ୍ରହଣ କରାଯାଇଛି। ପ୍ରଶଂସକମାନଙ୍କୁ ଏକ ଅବିସ୍ମରଣୀୟ ଅନୁଭୂତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଆୟୋଜକଙ୍କ ପକ୍ଷରୁ ଦେଶର ମୋଟ୍‌ ୪୫ଟି ସହରରେ ‘ଫ୍ୟାନ୍‌ ପାର୍କ’ ସୃଷ୍ଟି କରାଯାଉଛି। ଏହି କ୍ରମରେ ରାଉରକେଲାର ସେକ୍ଟର-୧୭ସ୍ଥ ପେଟ୍ରୋଲ ପମ୍ପ୍‌ ପଛପଟ ପଡ଼ିଆରେ ‘ଫ୍ୟାନ୍‌ ପାର୍କ‌୍’ ନିର୍ମାଣ କରାଯାଇଛି। ଆଗାମୀ ଦୁଇଦିନ, ଅର୍ଥାତ୍‌ ୧୫ ଓ ୧୬ ତାରିଖରେ ହେବାକୁ ଥିବା ରୟାଲ ଚାଲେଞ୍ଜର୍ସ‌୍ ବାଙ୍ଗାଲୋର ଓ ଦିଲ୍ଲୀ କ୍ୟାପିଟାଲ୍‌ସ, ଲକ୍ଷ୍ମୌ ସୁପର୍‌ଜାଏଣ୍ଟ୍‌ସ ଓ ପଞ୍ଜାବ କିଙ୍ଗ୍‌ସ, ମୁମ୍ବାଇ ଇଣ୍ଡିଆନ୍‌ସ ଓ କୋଲକାତା ନାଇଟ୍‌ ରାଇଡର୍ସ‌୍ ଏବଂ ଗୁଜୁରାଟ ଟାଇଟନ୍‌ସ ଓ ରାଜସ୍ଥାନ ରୟାଲ୍‌ସ ମ୍ୟାଚ୍‌ର ସିଧା ପ୍ରସାରଣ କରାଯିବ।

Related Articles

Back to top button