ଗୁଜରାଟରେ ନିଜକୁ ନିଜେ ବଳି ଦେଲେ ସ୍ୱାମୀ-ସ୍ତ୍ରୀ: କଟାମୁଣ୍ଡ ଯଜ୍ଞବେଦୀରେ ପଡ଼ିଲା

ରାଜକୋଟ: ଗୁଜରାଟର ରାଜକୋଟରୁ ଏକ ହୃଦୟ ବିଦାରକ ଖବର ଆସିଛି। ଭିଞ୍ଛିଆ ଗ୍ରାମରେ ଜଣେ ବ୍ୟକ୍ତି ଏବଂ ତାଙ୍କ ସ୍ତ୍ରୀ ନିଜ ଚାଷ ଜମିରେ ଗିଲୋଟିନ ସାହାଯ୍ୟରେ ମୁଣ୍ଡ କାଟି ନିଜକୁ ବଳି ଦେଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ବୟସ ୩୮ ବର୍ଷ ବୟସ୍କ ହେମୁବାଇ ମାକୱାନା ଏବଂ ତାଙ୍କର ୩୫ ବର୍ଷ ବୟସ୍କା ସ୍ତ୍ରୀ ହାନସାବେନ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ, ଉଭୟ ଏହି ମୁଣ୍ଡ କଟା ଉପକରଣକୁ ଘରେ ତିଆରି କରି ସେଥିରେ ନିଜକୁ ବଳି ଦେଇଥିଲେ।

ଭିଞ୍ଛିଆ ପୋଲିସ ଥାନାର ସବ-ଇନ୍ସପେକ୍ଟର ଇନ୍ଦ୍ରଜିତ ସିଂ ଜାଡେଜା ସୂଚନା ଦେଇଛନ୍ତି ଯେ ସ୍ୱାମୀ-ସ୍ତ୍ରୀ ଏପରି ବଳି ଦେଇଛନ୍ତି ଯେପରି ସେମାନଙ୍କ ମୁଣ୍ଡ କଟିବା ପରେ ଯଜ୍ଞବେଦୀର ନିଆଁ ଭିତରକୁ ଗଡ଼ି ଯାଇଥିଲା। ସେ କହିଛନ୍ତି ସ୍ୱାମୀ ଅଗ୍ନି ବେଦୀ ପ୍ରସ୍ତୁତ କରି ଦଉଡିରେ ବନ୍ଧା ହୋଇଥିବା ଗିଲୋଟିନ ତଳେ ମୁଣ୍ଡ ରଖିଥିଲେ। ଯେତେବେଳେ ସେ ଦଉଡି ଛାଡିଦେଲେ, ସେତେବେଳେ ତାଙ୍କ ଉପରେ ଏକ ଲୁହା ବ୍ଲେଡ ପଡି ତାଙ୍କ ମୁଣ୍ଡ କଟି ଯାଇଥିଲା। କଟାମୁଣ୍ଡ ସିଧା ଯଜ୍ଞବେଦୀୀ ନିଆଁରେ ପଡ଼ିଥିଲା।

ସୂଚନାଯୋଗ୍ୟ, ଆତ୍ମହତ୍ୟା କରିବା ପୂର୍ବରୁ ଉଭୟ ଏକ ଆତ୍ମହତ୍ୟା ନୋଟ ଲେଖିଥିଲେ, ଯାହାକୁ ପୋଲିସ ଘଟଣାସ୍ଥଳରୁ ଜବତ କରିଛି। ଏହି ଆତ୍ମହତ୍ୟା ନୋଟରେ ସେ ତାଙ୍କ ସମ୍ପର୍କୀୟଙ୍କୁ ତାଙ୍କ ପିତାମାତା ଏବଂ ପିଲାମାନଙ୍କର ଯତ୍ନ ନେବାକୁ ଅନୁରୋଧ କରିଛନ୍ତି। ଏହି ଦମ୍ପତିଙ୍କର ଦୁଇଟି ସନ୍ତାନ ଅଛନ୍ତି ଏବଂ ପିତାମାତା ମଧ୍ୟ ଏକାଠି ରୁହନ୍ତି। ପରିବାର ସଦସ୍ୟ କହିଛନ୍ତି ଯେ ହେମୁବାଇ ଏବଂ ହାନସାବେନ ପ୍ରାୟ ଏକ ବର୍ଷ ଧରି ଏକ ଝୁମ୍ପୁଡ଼ିରେ ପୂଜାର୍ଚ୍ଚନା କରୁଥିଲେ। ଏହା ପରେ ସେମାନେ ନିଜକୁ ବଳି ଦେଇଥିଲେ। ବର୍ତ୍ତମାନ ପୋଲିସ ପୋଷ୍ଟମର୍ଟମ ପାଇଁ ଉଭୟଙ୍କ ମୃତଦେହ ପଠାଇଛି ଏବଂ ଏକ ଦୁର୍ଘଟଣାଜନିତ ମୃତ୍ୟୁ ମାମଲା ରୁଜୁ ହୋଇଛି।

Related Articles

Back to top button