ଆଜି ଝାରସୁଗୁଡା ତାପମାତ୍ରା ୪୨.୮ ଡିଗ୍ରୀ, ସମ୍ବଲପୁରରେ ୪୨.୬ ଡିଗ୍ରୀ
ଭୁବନେଶ୍ୱର: ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳିରେ ଅତିଷ୍ଠ ହୋଇପଡିଛି ଆଜି ସାରା ଓଡ଼ିଶା । ଅଧିକାଂଶ ସହରର ତାପମାତ୍ରା ୩୬ ଡିଗ୍ରୀ ଉପରେ ରହିଛି । ଅପରାହ୍ନ ସାଢେ ୨ଟା ସୁଦ୍ଧା ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା ଝାରସୁଗୁଡା । ଏଠାରେ ପାରଦ ୪୨ ଦଶମିକ ୮ ଡିଗ୍ରୀ ଛୁଇଁଥିଲା । ସେହିପରି ସମ୍ବଲପୁରରେ ୪୨.୬ ଡିଗ୍ରୀ , ହୀରାକୁଦରେ ୪୦. ୮ ଡିଗ୍ରୀ, କେନ୍ଦୁଝରରେ ୪୦ ଡିଗ୍ରୀ ଛୁଇଁଥିଲା ତାପମାତ୍ରା ।
ଏହି ସମୟ ମଧ୍ୟରେ ଆଜି ରାଜଧାନୀର ତାପମାତ୍ରା ୩୮.୬, ଥିଲା । ଅନ୍ୟପକ୍ଷେ ଚାନ୍ଦବାଲିରେ ଆଜି ତାପମାତ୍ରା ୩୯.୨ଡିଗ୍ରୀ, ବାଲେଶ୍ୱର ୩୬, ପୁରୀରେ ୩୪, ଗୋପାଳପୁରରେ ୩୩.୮ ଏବଂ ପାରାଦୀପରେ ୩୨.୨ ଡ଼ିଗ୍ରୀ ତାପମାତ୍ର ଥିଲା । ଆହୁରି ୪ ଦିନ ଏପରି ଖରା ଓ ଗୁଳୁଗୁଳି ଲାଗି ରହିବ ବାେଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସୂଚନା ଥାଉ କି, ଆଜି ଦିନ ୧୧.୩୦ ସୁଦ୍ଧା ଝାରସୁଗୁଡାରେ ପାରଦ ୪୦.୪ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି ।
ଅନ୍ୟପକ୍ଷେ ଆସନ୍ତା ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲାଗି ରହିବ ଘଡ଼ଘଡ଼ି ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ଆକଳନ କରିଛି । ୧୯ ତାରିଖ ପରେ ଆହୁରି ଖସିବ ପାରଦ ।