ଓଡିଆ ଭାଷା ସମେତ ୧୩ଟି ଭାଷାରେ ହେବ ଏସଏସସି ଏମଟିଏସ ପରୀକ୍ଷା

ଭୁବନେଶ୍ୱର: ମାତୃଭାଷା ଓଡିଆରେ ହେବ ଏସଏସସି ଏମଟିଏସ ପରୀକ୍ଷା । ସିଏପିଏଫ ଭଳି ଏସଏସସି ଏମଟିଏସ ମଧ୍ୟ ଓଡିଆରେ ହେବ । କେବଳ ଏତିକି ନୁହେଁ ୧୩ଟି ଆଞ୍ଚଳିକ ଭାଷାରେ ଏହି ପରୀକ୍ଷା ହେବା ନେଇ ସୂଚନା ମିଳିଛି । ଏଥିନେଇ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ଘୋଷଣା କରିଛି । ଏସଏସସି ଏମଟିଏସ ପରୀକ୍ଷାର୍ଥଙ୍କ ପାଇଁ ଏହା ଏକ ବଡ ଖବର । ଏଥିପାଇଁ ହେବାକୁ ଥିବା ପରୀକ୍ଷାରେ ହୋଇଛି ଏକ ବଡ ପରିବର୍ତ୍ତନ । ଏଣିକି ହିନ୍ଦୀ ଏବଂ ଇଂରାଜୀ ବ୍ୟତୀତ ଅନ୍ୟ ୧୩ଟି ଭାଷାରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି । ଓଡିଆ ସମେତ ଅନ୍ୟ ୧୩ଟି ଭାଷାରେ ପରୀକ୍ଷା କରିବା ପାଇଁ ମିଳିଛି ମଞ୍ଜୁରୀ । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁରୀ ମିଳିସାରିଛି ।

ସୂଚନାମୁତାବକ କିଛିଦିନ ତଳେ ସିଏପିଏଫ ପରୀକ୍ଷା ମଧ୍ୟ ହିନ୍ଦୀ, ଇଂରାଜୀ ବ୍ୟତୀତ ଅନ୍ୟ ୧୩ଟି ଭାଷାରେ ମଧ୍ୟ ଆୟୋଜନ କରାଯିବ ନେଇ ଘୋଷଣା କରାଯାଇଥିଲା । ସ୍ଥାନୀୟ ଯୁବବର୍ଗର ଭାଗିଦାରୀ ବଢାଇବା ସହ ଆଞ୍ଚଳିକ ଭାଷାଗୁଡିକୁ ପ୍ରୋତ୍ସାହନ ଦେବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ମନ୍ତ୍ରାଳୟ । ତେଣୁ ହିନ୍ଦୀ ଏବଂ ଇଂରାଜୀ ପରେ ଅନ୍ୟ ୧୩ଟି ଆଞ୍ଚଳିକ ଭାଷାରେ ମଧ୍ୟ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ । ସୂଚନା ଅନୁସାରେ, ଏହି ଭାଷାଗୁଡିକ ମଧ୍ୟରେ ଓଡିଆ ଭାଷା ମଧ୍ୟ ସାମିଲ ରହିଛି । ଏହା ସହିତ ଅସମିୟା, ବଙ୍ଗଳା, ଗୁଜୁରାଟୀ, ମରାଠୀ, ମାଲୟାଲମ୍, କନନ୍ଡ, ତାମିଲ ଏବଂ ତେଲୁଗୁ ପରି ଭାଷା ମଧ୍ୟ ସାମିଲ ରହିଛି । ସେହିପରି ଉର୍ଦ୍ଦୁ, ପଞ୍ଜାବୀ, ମଣିପୁରୀ ଏବଂ କୋଙ୍କଣୀ ଭାଷାରେ ମଧ୍ୟ ପରୀକ୍ଷା କରାଇବାକୁ ମଞ୍ଜୁରୀ ମିଳି ସାରିଛି। ଏହି ନିଷ୍ପତ୍ତି ଦ୍ୱାରା ଲକ୍ଷ ଲକ୍ଷ ଆଶାୟୀ ନିଜ ମାତୃଭାଷା ବା ଆଞ୍ଚଳିକ ଭାଷାରେ ସିଏପିଏଫ ପରୀକ୍ଷାର ସାମନା କରିପାରିବେ । ଏହା ସହି ଆଞ୍ଚଳିକ ଭାଷାକୁ ଭଲ ଭାବରେ ବୁଝିବା ପାଇଁ ଆଶାୟୀଙ୍କ ଚୟନର ସମ୍ଭାବନା ମଧ୍ୟ ବୃଦ୍ଧି ପାଇବ ।

Related Articles

Back to top button