ଏକ ମାସ ମଧ୍ୟରେ ହରଡ଼ ଡାଲି ମୂଲ୍ୟରେ ୧୦ ଟଙ୍କା ବୃଦ୍ଧି

ନୁଆଦିଲ୍ଲୀ: ଦେଶର ଜନତା ଏବେ ଭିଷଣ ମହଙ୍ଗା ମାଡ଼ ସହୁଛନ୍ତି। ଗତ ଏକ ମାସ ମଧ୍ୟରେ ହରଡ଼ ଡାଲି ମୂଲ୍ୟରେ ୧୦ ଟଙ୍କା ବୃଦ୍ଧି ପାଇଛି। ତେବେ ଡାଲିର ବଢୁଥିବା ଦାମ୍ ଦେଖି ସରକାର ଚିନ୍ତାରେ ଥିବା ଜଣା ପଡିଛି। ଖାଉଟି ମନ୍ତ୍ରଳାୟ ମୁତାବକ ଦିଲ୍ଲୀରେ ୧୫ ମାର୍ଚ୍ଚ ବେଳକୁ ହରଡ଼ ଡାଲିର ଦାମ୍ ୧୧୦ ଥିଲା । ଯାହା ୧୭ ଏପ୍ରିଲ ବେଳକୁ ବଢି ୧୨୦ ହୋଇଯାଇଛି, ସେହିପରି ୧୫ ମାର୍ଚ୍ଚକୁ ମୁମ୍ବାଇରେ ହରଡ଼ ଡାଲିର ଦର ୧୪୧ ଥିଲା ଯାହା ବୃଦ୍ଧି ପାଇ ୧୪୬ ହୋଇଯାଇଛି। ବର୍ତ୍ତମାନ ହରଡ଼ ଡାଲିର ସର୍ବାଧିକ ଦର ଏବେ ୧୬୧ ଅଟେ ।

କର୍ଣ୍ଣାଟକ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ଦେଶର ପ୍ରମୁଖ ଡାଲି ଉତ୍ପାଦନକାରୀ ରାଜ୍ୟ। ଚଳିତ ବର୍ଷ କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ବର୍ଷାର ଅଭାବ ଏବଂ ମଧ୍ୟପ୍ରଦେଶରେ ଅସମୟରେ ବର୍ଷା କାରଣରୁ ଉତ୍ପାଦନ ପ୍ରଭାବିତ ହୋଇଛି। ଖରୀଫ ଫସଲ ଉତ୍ପାଦନ ତଥ୍ୟ ଅନୁଯାୟୀ ୨୦୨୦-୨୧ରେ ୪୩ ଲକ୍ଷ ଟନ୍ ଉତ୍ପାଦନ ହୋଇଥିବା ବେଳେ ବର୍ଷ ୨୦୨୧-୨୨ରେ ୪୨ ଲକ୍ଷ ଟନ୍ ଉତ୍ପାଦନ ହୋଇଥିଲା। ତେବେ ଚଳିତ ବର୍ଷ ୨୦୨୨-୨୩ରେ ୩୬ ଲକ୍ଷ ଟନ୍ ଡାଲି ଉତ୍ପାଦନ ହେବାର ଆଶା ରହିଛି।

ଲଗାତାର ଭାବରେ ଷ୍ଟକ୍ସିଷ୍ଟ, ଆମଦାନୀକାରୀ ଏବଂ ବ୍ୟବସାୟୀଙ୍କ ପାଖରେ ଷ୍ଟକ୍ ଅଛି କିନ୍ତୁ ଘୋଷିତ ଷ୍ଟକ୍ ଏବଂ ଆମଦାନୀ ସେଠାରେ ଅଛି। ଏଭଳି ପରିସ୍ଥିତିରେ ସରକାର ଅଧିକ କଠୋର। ଏଥିପାଇଁ ଶନିବାର ଦିନ ୧୨ ଟି ବିଭିନ୍ନ ସ୍ଥାନରେ ସରକାର ବୈଠକ କରିଥିଲେ। ତେବେ ବଢୁଥିବା ଡାଲିର ଦର ନିୟନ୍ତ୍ରଣ କରିବା ପାଇଁ ସରକାର ଡାଲିର ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

Related Articles

Back to top button