ଟ୍ୱିଟରରୁ ବ୍ଲୁ ଟିକ୍ ହଟାଇବା ଉପରେ ଅମିତାଭ ବଚ୍ଚନଙ୍କ ମଜାଳିଆ ଟ୍ୱିଟ୍

ମୁମ୍ବାଇ: ଶୁକ୍ରବାର ଅନେକ ଭାରତୀୟଙ୍କ ଟ୍ୱିଟର ଆକାଉଣ୍ଟରୁ ବ୍ଲୁ ଟିକ୍ ଗାଏବ ଥିଲା। ଯେଉଁଥିରେ ବଡ଼ ବଡ଼ ଫିଲ୍ମ ତାରକାଙ୍କ ସହ ଅନେକ କ୍ରିକେଟର ଏବଂ ରାଜନେତା ମଧ୍ୟ ସାମିଲ ଥିଲେ। ତେବେ ସମସ୍ତଙ୍କ ବ୍ଲୁ ଟିକ୍ ଗାଏବ ଖବର ଆସୁ ଆସୁ ଏହାର କାରଣ ମଧ୍ୟ ଜଣା ପଡିଥିଲା। ଶୁକ୍ରବାର ବଡ ପଦକ୍ଷେପ ନେଇ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟର ଅନାଦାୟ ଆକାଉଣ୍ଟ ସହିତ ଅନେକ ସେଲିବ୍ରେଟରଙ୍କ ଟ୍ୱିଟରରୁ ବ୍ଲୁ ଟିକ୍ ହଟାଇ ଦେଇଥିଲା।

ଏହି ଘଟଣା ପରେ ଟ୍ୱିଟର ଏହାର ଘୋଷଣାରେ କହିଛି ଯେ, ଭେରିଫାଏଡ ହୋଇଥିବା ଆକାଉଣ୍ଟରୁ ମାଗଣା ବ୍ଲୁ ଟିକସ ହଟାଇ ଦିଆଯାଇଛି। ଏହି ପ୍ରକ୍ରିୟାରେ ଟ୍ୱିଟରରେ ବଲିଉଡର ସମ୍ରାଟ ଅମିତାଭ ବଚ୍ଚନଙ୍କ ଠାରୁ ବ୍ଲୁ ଟିକ୍ ମଧ୍ୟ ଛଡ଼ାଇ ନିଆଯାଇଥିଲା। ତେବେ ବିଗ୍ ବି’ଙ୍କ ନୀଳ ଟିକ୍ ଅପସାରଣ ଉପରେ ପ୍ରତିକ୍ରିୟା ଦେଇଛନ୍ତି।

ବ୍ଲୁ ସବସ୍କ୍ରିପସନ୍ ର ମୂଲ୍ୟ କେତେ?
ବ୍ଲୁ ସବସ୍କ୍ରିପସନର ମୂଲ୍ୟ ବିଭିନ୍ନ ଦେଶ ପାଇଁ ଭିନ୍ନ ମୂଲ୍ୟ ରହିଛି। ଭାରତରେ ଆଇଫୋନ୍ ଏବଂ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ମାଧ୍ୟମରେ ସବସ୍କ୍ରିପସନ୍ ମାସକୁ ୯୦୦ ଟଙ୍କା ଅଟେ। ଟ୍ୱିଟର ୱେବସାଇଟରେ ଏହାର ମୂଲ୍ୟ ମାସକୁ ୬୫୦ ଟଙ୍କାକୁ ଆସିଥାଏ। ଆବଶ୍ୟକ ଟଙ୍କା ଦେଇ ୟୁଜର୍ସମାନେ ଏହାର ବାର୍ଷିକ ସଦସ୍ୟତା ମଧ୍ୟ ନେଇପାରିବେ। ଏହାର ମୂଲ୍ୟ ଟିକେ ଶସ୍ତା ଅଟେ।

Related Articles

Back to top button