ପଞ୍ଚଭୂତରେ ଲୀନ ହେଲେ ସହୀଦ ଦେବାଶିଷ ବିଶ୍ୱାଳ: ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ

ପୁରୀ: ଝୁରୁଛି ଗାଁ, ଖୋଜୁଛି ପରିବାର ଆଉ ମନେ ପକାଉଛି ସାରା ଭାରତ । କିନ୍ତୁ ସମସ୍ତଙ୍କୁ ପର କରି ଅଫେରା ରାଇଜକୁ ଚାଲିଯାଇଛନ୍ତି ଓଡିଆ ମାଟିର ବୀର ସନ୍ତାନ ସହୀଦ ଦେବାଶିଷ ବିଶ୍ୱାଳ । ଗାଁ ଶ୍ମଶାନରେ ସମ୍ପନ୍ନ ହୋଇଛି ସାହସୀ ପୁଅର ଶେଷକୃତ୍ୟ । ସତ୍ୟବାଦୀ ଖଣ୍ଡାୟତ ସାହିର ଶ୍ମଶାନରେ ରାଷ୍ଟ୍ରୀୟ ସମ୍ମାନ ସହ ବୀର ଯବାନଙ୍କୁ ଶେଷ ବିଦାୟ ଦେଉଛନ୍ତି ଗ୍ରାମବାସୀ । ଆଖିରେ ଲୁହ ଏବଂ ଛାତିରେ କୋହ ଧରି ଦେବାଶିଷଙ୍କୁ ଝୁରୁଛି ଗାଁର ଆମ୍ବ ତୋଟା ଆଉ ନଦୀ ପଠା । କିନ୍ତୁ ସମସ୍ତଙ୍କଠୁ ମେଲାଣି ନେଇ ପଞ୍ଚଭୂତରେ ଲୀନ ହୋଇଯାଇଛନ୍ତି ଲାନ୍ସନାୟକ ଦେବାଶିଷ ବିଶ୍ୱାଳ ।

ସେନାବାହିନୀ ପକ୍ଷରୁ ସହୀଦଙ୍କୁ ତୋପ ସଲାମ ସହ ଶେଷ ବିଦାୟ ଦିଆଯାଇଛି । ତାଙ୍କର ଶେଷ କ୍ରିୟାରେ ଶ୍ମଶାନରେ ଲାଗିଛି ହଜାର ହଜାର ଲୋକଙ୍କ ଭିଡ । ସାଙ୍ଗ, ସାଥୀ, ବନ୍ଧୁ, ପ୍ରିୟଜନ ସମସ୍ତେ ଧାଇଁ ଆସିଛନ୍ତି ଦେବାଶିଷଙ୍କୁ ଶେଷ ଥର ଦେଖିବା ପାଇଁ । ସମସ୍ତଙ୍କ ଉପସ୍ଥିତିରେ ଗାଁ ଶ୍ମଶାନରେ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହୋଇଛି ।

Related Articles

Back to top button