ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ କୋର୍ଟରେ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଭିଜିଲାନ୍ସ

ଭୁବନେଶ୍ୱର: ଗୋପାଳପୁର ବିଧାୟକଙ୍କ ନାଁରେ ଭୁବନେଶ୍ବର ସ୍ପେସାଲ କୋର୍ଟରେ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ ହୋଇଛି । ପ୍ରଦୀପଙ୍କର ରହିଛି ୯କୋଟି ୧୮ଲକ୍ଷ ଟଙ୍କାର ଆୟ ବର୍ହିଭୂତ ସମ୍ପତ୍ତି । ଏ ନେଇ ଭିଜିଲାନ୍ସ ଚାର୍ଜସିଟ୍ ଦାଖଲ କରିଛି । ପୂର୍ବରୁ ଏହି ମାମଲାରେ ଗିରଫ ହୋଇଥିଲେ ପ୍ରଦାପ । ତେବେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ । ଏଥିରେ ବିଧାୟକଙ୍କ ପତ୍ନୀଙ୍କ ନାଁ ମଧ୍ୟ ରହିଛି । ଲୋକାୟୁକ୍ତଙ୍କ ଅନୁମତି ପରେ ଚାର୍ଜସିଟ୍ ଦାଖଲ କରିଛି ଭିଜିଲାନ୍ସ ।

୨୦୨୧ ଅକ୍ଟୋବର ୪ ତାରିଖରେ ତାଙ୍କ ବିରୋଧରେ ଭିଜିଲାନ୍ସ ସେଲରେ ଏକ ମାମଲା ରୁଜୁ ହୋଇଥିଲା । ଭିଜିଲାନ୍ସ ଚଢାଉବେଳେ ତାଙ୍କ ଘରୁ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ତାଙ୍କ ଘରୁ ପ୍ରାୟ ୯ କୋଟି ୧୮ ଲକ୍ଷ ୧୩ ହଜାର ୭ ଟଙ୍କାର ସମ୍ପତ୍ତି ଜବତ କରାଯାଇଥିଲା । ଜଣେ ଲେକା ପ୍ରତିନିଧି ଭାବେ ଏତେ ସମ୍ପତ୍ତି କେଉଁଠୁ ଆଣିଲେ ତାହାର ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ ବିଧାୟକ ପାଣିଗ୍ରାହୀ ।

ଏପରିକି ତାଙ୍କ ପତ୍ନୀଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଥିଲା କ୍ରାଇମବ୍ରାଞ୍ଚ । କ୍ରାଇମ ବ୍ରାଞ୍ଚ ତାର ତଦନ୍ତ ରିପୋର୍ଟ ଲୋକାୟୁକ୍ତଙ୍କ ପାଖରେ ୨୦୨୨ ଜୁନ ୯ ତାରିଖରେ ଦାଖଲ କରିଥିଲା । ଏହି ରିପୋର୍ଟକୁ ଯାଞ୍ଚ କରବା ପରେ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିବା ପାଇଁ ଲୋକାୟୁକ୍ତ ଗତ ୨୦ ତାରିଖ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ପାଇବା ପରେ କ୍ରାଇମ ବ୍ରାଞ୍ଚ ଆଜି ୩ ହଜାର ପୃଷ୍ଟାର ଚାର୍ଜସିଟ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦାଖଲ କରିଛି ।

Related Articles

Back to top button