ମୁମ୍ବାଇରୁ ଠାବ ହେଲା ହାଇ ପ୍ରୋଫାଇଲ୍ ସେକ୍ସ ରାକେଟ୍‌, ଜଣେ ଭୋଜପୁରୀ ଅଭିନେତ୍ରୀ ଗିରଫ

ମୁମ୍ବାଇ : ମୁମ୍ବାଇରୁ ଠାବ ହୋଇଛି ହାଇ ପ୍ରୋଫାଇଲ୍ ସେକ୍ସ ରାକେଟ୍‌ । ଅନେକ ନାମୀଦାମୀ ଅଭିନେତ୍ରୀ ଏହି ରାକେଟ୍‌ରେ ସାମିଲ ଥିଲେ । ଶୁକ୍ରବାର ଦିନ ଗୋରେଗାଓଁର ଏକ ବିଳାସପୂର୍ଣ୍ଣ ହୋଟେଲରେ ଚାଲିଥିବା ଏକ ସେକ୍ସ ରାକେଟ୍‌ ଉପରେ ପୋଲିସ ଚଢଉ କରିଥିଲା । ମୁମ୍ବାଇ ପୋଲିସର ସୂଚନାନୁସାରେ ତିନି ଜଣ ମଡେଲଙ୍କୁ ଏହି କାର୍ଯ୍ୟରେ ଜୋରଜବରଦସ୍ତ ସାମିଲ କରାଯାଇଥିଲା । ସେମାନଙ୍କୁ ପୋଲିସ ଉଦ୍ଧାର କରିଛି । ଗୁପ୍ତ ଖବର ଅନୁଯାୟୀ ପୋଲିସ ଏନଫୋର୍ସମେଣ୍ଟ ସେଲର ଏକ ଟିମ୍ ବିଳମ୍ବିତ ରାତିରେ ହୋଟେଲ ରୁମ ଉପରେ ଚଢଉ କରିଥିଲେ ବୋଲି ଜଣେ ଅଧିକାରୀ କହିଛନ୍ତି।

ଗଣମାଧ୍ୟମ ଖବର ଅନୁଯାୟୀ ଏହି ସମୟ ମଧ୍ୟରେ ଭୋଜପୁରୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଜଣେ ଅଭିନେତ୍ରୀ ସୁମନ କୁମାରୀଙ୍କୁ ମଧ୍ୟ ଗିରଫ କରାଯାଇଛି।  ଭୋଜପୁରୀ ଅଭିନେତ୍ରୀ ସେହି ତିନୋଟି ମଡେଲର ଏଜେଣ୍ଟ ଭାବରେ କାର୍ଯ୍ୟ କରୁଥିଲେ। ଭୋଜପୁରୀ ଚଳଚ୍ଚିତ୍ରରେ କାମ କରିବା ବ୍ୟତୀତ ସେ ହିନ୍ଦୀ, ପଞ୍ଜାବୀ ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଭାଷାରେ ଶୋ ଏବଂ ଗୀତ ଆଲବମରେ କାମ କରିଛନ୍ତି।

Related Articles

Back to top button