ନର୍ସିଂହୋମ୍‌ ଉପରେ ଚଢ଼ଉ ପରେ ସିଲ୍‌ କଲା କଟକ ମହାନଗର ନିଗମ

କଟକ: ଗତକାଲି କଟକ ମଧୁପାଟଣା ଠାରେ ଥିବା ପିପୁଲ୍ ପଦ୍ମଜା ହୋଟେଲ ଉପରେ ଚଢ଼ଉ ହୋଇଥିବା ବେଳେ ଆଜି ଶଙ୍କରପୁର ବାରିକସାହି ଠାରେ ଥିବା ସାଇ ସୋନାଲି ନର୍ସିଂହୋମ୍‌ ଉପରେ ଚଢ଼ଉ ପରେ ସିଲ୍‌ କରିଛି କଟକ ମହାନଗର ନିଗମ। ମହାନଗର ନିଗମର ଆବଶ୍ୟକତା ମୁତାବକ କାଗଜପତ୍ରକୁ ଦେଖାଇ ନପାରିବା ସହ କେବଳ ହୋଲ୍ଡିଂ ଟ୍ୟାକ୍ସ ଦିଆଯାଇଥିଲା। ମହାନଗର ନିଗମ କୌଣସି କାଗଜ ପତ୍ର ନମିଳିବାରୁ ସଂପୂର୍ଣ୍ଣ ବିଲଡିଂ ଟିକୁ ସିଲ୍ କରିବା ସହ ୩୦ ହଜାର ଟଙ୍କା ଜରିମାନା କରାଯାଇଛି। ଆଗାମୀ ଦିନରେ ଏହିଭଳି ବିଭିନ୍ନ  ନର୍ସିଂହୋମଗୁଡ଼ିକ ଉପରେ ଚଢ଼ଉ କରାଯିବ ଏବଂ ଯଦି କାହାର କାଗଜପତ୍ର ଖିଲାପ ଥିବ ତେବେ ତାକୁ ସିଲ୍ କରାଯିବ ବୋଲି କହିଛନ୍ତି ଡେପୁଟି କମିସନର ଅଜୟ କୁମାର ମହାନ୍ତି।

Related Articles

Back to top button