ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି ହେଲେ ଏଲ୍ଆଇସି ଅଧ୍ୟକ୍ଷ
ଭୁବନେଶ୍ୱର: କେନ୍ଦ୍ର ସରକାର ସିଦ୍ଧାର୍ଥ ମହାନ୍ତିଙ୍କୁ ଭାରତୀୟ ଜୀବନ ବୀମା ନିଗମ (ଏଲ୍ଆଇସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି ଏଲ୍ଆଇସି ଅଧ୍ୟକ୍ଷ ଭାବେ ଜୁନ୍ ୨୦୨୪ ଯାଏ କାର୍ଯ୍ୟ କରିବେ । ଏହାପରେ ସେ ଜୁନ୍ ୨୦୨୫ ଯାଏ ମୁଖ୍ୟ କାର୍ଯ୍ୟନିର୍ବାହୀ ରହିବେ ।
ସିଦ୍ଧାର୍ଥ ମହାନ୍ତି ୨୦୨୩ ମାର୍ଚ୍ଚରୁ ଏଲ୍ଆଇସର ଅନ୍ତରୀଣ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ବେଳେ ଏବେ କେନ୍ଦ୍ର ସରକାର ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ଭାବେ ନିଯୁକ୍ତ ଦେଇଛନ୍ତି । ଏଲ୍ଆଇସି ହେଉଛି ଦେଶର ସବୁଠୁ ବଡ଼ ବୀମା କମ୍ପାନୀ ।
ରାଜନୈତିକ ବିଜ୍ଞାନରେ ସ୍ନାତକୋତ୍ତର ଏବଂ ଲରେ ଡିଗ୍ରୀ ହାସଲ କରିଛନ୍ତି ଶ୍ରୀ ମହାନ୍ତି । ଏହା ଛଡ଼ା ସେ ବିଜିନେସ୍ ମ୍ୟାନେଜମେଣ୍ଟରେ ସ୍ନାତକୋତ୍ତର କରିଛନ୍ତି ଇନ୍ସୁରାନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରୁ । ୩ ଦଶନ୍ଧିର ଚାକିରି ଜୀବନ ଭିତରେ ସିଦ୍ଧାର୍ଥ ଅନେକ ଅଭିଜ୍ଞତା ହାସଲ କରିଛନ୍ତି ।
ଫାଇନାନ୍ସିଆଲ୍ ସର୍ଭିସେସ୍ ଇନଷ୍ଟିଚ୍ୟୁସେନ୍ ବ୍ୟୁରୋ ଏଲ୍ଆଇସି ଅଧ୍ୟକ୍ଷ ପଦ ପାଇଁ ସିଦ୍ଧାର୍ଥଙ୍କ ନାଁକୁ ସୁପାରିସ୍ କରିଥିଲା । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଆପୋଏଟମେଣ୍ଟ କମିଟି ଅଫ୍ କ୍ୟାବିନେଟ୍ ଅନୁମୋଦନ ଦେଇଛି ।