ଏଏନ୍‌ଆଇ ଓ ଏନଡିଟିଭିର ଟ୍ୱିଟର ଆକାଉଣ୍ଟ ବ୍ଲକ

ଶନିବାର ପ୍ରହମେ ଏଏନଆଇ ର ଟୁଇଟର ଆକାଉଣ୍ଟ ବ୍ଲକ ହୋଇଯାଇଥିବା ବେଳେ ଏବେ ଏନଡିଟିଭି ର ଟୁଇଟର ଆକାଉଣ୍ଟ ଉଡି ଯାଇଥିବା ଦେଖିବାକୁ ମିଳିଛି। ଏଏନ୍‌ଆଇ ର ଟ୍ୱିଟର ଆକାଉଣ୍ଟ ସସ୍‌ପେଣ୍ଡ ହେବା ପରେ ଏହାର ସମ୍ପାଦକ ସ୍ମିତା ପ୍ରକାଶ ମଧ୍ୟ ଏହି ପ୍ରସଙ୍ଗରେ ଟ୍ୱିଟ୍ କରିଛନ୍ତି। ପୁର୍ବରୁ ବିବିସିର ଟ୍ୱିଟର ଆକାଉଣ୍ଟ ଉପରେ ମଧ୍ୟ ବଡ଼ ଟ୍ୱିଟର କାର୍ଯ୍ୟାନୁଷ୍ଠାନ ନେଇଥିବା ବେଳେ ଏବେ ଏଏନ୍‌ଆଇ ଏବଂ ଏନ୍ଡ଼ିଟିଭିର ଟୁଇଟ୍ ଆକାଉଣ୍ଟ ଉଭାନ ହୋଇଯାଇଛି।

ଏଏନ୍‌ଆଇ ର ଅଫିସିଆଲ୍ ଆକାଉଣ୍ଟ ବ୍ଲକ କରିବା ପଛରେ ଟ୍ୱିଟର ଏକ ମଜାଦାର କାରଣ ଦେଇଛି। ANI କୁ ପଠାଯାଇଥିବା ଏକ ଇମେଲରେ ଟ୍ୱିଟର କହିଛି ଯେ ANI ର ଆକାଉଣ୍ଟ ଏହାର ନୀତି ଉଲ୍ଲଂଘନ କରୁଛି। ସେଥିପାଇଁ କମ୍ପାନୀ ଅଫିସିଆଲ୍ ଆକାଉଣ୍ଟକୁ ଲକ୍ କରିଛି। ଟ୍ୱିଟର କହିଛି ଯେ ଟ୍ୱିଟର ଆକାଉଣ୍ଟ କରିବା ପାଇଁ ଅତି କମରେ ୧୩ ବର୍ଷ ବୟସ ହେବା ଆବଶ୍ୟକ। ତେବେ ଏନଡିଟିଭି’ର ଟୁଇଟ୍ ଆକାଉଣ୍ଟ କଣ ପାଇଁ ଡିଲିଟ କରାଯାଇଛି ତାହା ଜଣାପଡି ନାହିଁ।

Related Articles

Back to top button