ବ୍ୟାଙ୍କ ଅଫ ବରୋଦା ମୁଖ୍ୟ ହେଲେ ଦେବଦତ୍ତ ଚାନ୍ଦ
ଭୁବନେଶ୍ୱର: ବ୍ୟାଙ୍କ ଅଫ ବରୋଦା ମୁଖ୍ୟ ହେଲେ ବଲାଙ୍ଗୀର ଜିଲ୍ଲା ଦେବଦତ୍ତ ଚାନ୍ଦ । ନିଯୁକ୍ତି କମିଟି କ୍ୟାବିନେଟରେ ତାଙ୍କ ନାଁକୁ ମଞ୍ଜୁରି ମିଳିଛି। ବଲାଙ୍ଗୀର ଜିଲ୍ଲା ପ୍ୟାଲେସ ଲାଇନର ଦେବଦତ୍ତ ଚାନ୍ଦ ବ୍ୟାଙ୍କ ଅଫ ବରୋଦାର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ ହୋଇଛନ୍ତି। ଏବେ ସେ ବ୍ୟାଙ୍କ ଅଫ ବରୋଦାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପଦରେ କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ ସେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଥିଲେ। ଏହି ପଦବୀରେ ଶ୍ରୀ ଚାନ୍ଦ ୩ ବର୍ଷ ପାଇଁ ରହିବେ। ସେ ତାଙ୍କର ଏହି ଦାୟିତ୍ୱ ୨୦୨୩ ଜୁଲାଇ ୧ ତାରିଖରୁ ଗ୍ରହଣ କରିବେ।
ଦେବଦତ୍ତ ପୃଥ୍ବୀରାଜ ହାଇସ୍କୁଲରେ ପାଠ ଶେଷ କରିବା ପରେ ବଲାଙ୍ଗୀର ରାଜେନ୍ଦ୍ର କଲେଜରେ ଯୁକ୍ତ ଦୁଇ ପଢିଥିଲେ। ଓୟୁଏଟିରେ ସେ ବିଟେକ କରିବା ପରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ୱେଲଫେୟାର ଆଣ୍ଡ ବିଜିନେସ ମ୍ୟାନେଜମେଣ୍ଟରେ ଏମବିଏ କରିଥିଲେ। ଏହି ପଦବୀ ପାଇଁ ଦେବଦତ୍ତଙ୍କ ନା ମଞ୍ଜୁରି ମିଳିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତେଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।