ମଧ୍ୟପ୍ରଦେଶ ସରକାରଙ୍କ ‘ମୁଖ୍ୟମନ୍ତ୍ରୀ ଲାଡଲୀ ଯୋଜନା’: ଜୁନ ମାସରୁ ମହିଳାଙ୍କୁ ମାସିକ ୧୦୦୦ ଟଙ୍କା ଆର୍ଥିକ ସହାୟତା ଦେବେ ସରକାର
ମୁମ୍ବାଇ: ୧.୨୫ କୋଟି ମହିଳାଙ୍କ ପାଇଁ ଖୁସିଖବର ଆଣିଛନ୍ତି ମଧ୍ୟପ୍ରଦେଶ ରାଜ୍ୟ ସରକାର । କେନ୍ଦ୍ର ସରକାରଙ୍କ ତରପରୁ ମହିଳା ଏବଂ ଝିଅମାନଙ୍କ ପାଇଁ ଅନେକ ଯୋଜନା କରାଯାଉଥିବା ବେଳେ ରାଜ୍ୟ ସରକାର ଏକ ନୂଆ ଯୋଜନା ଆଣିଛନ୍ତି । ଏହି ଯୋଜନା ଅଧୀନରେ ଜୁନ ମାସରୁ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରତ୍ୟେକ ମାସ ଟଙ୍କା ପଠାଯିବ ।
‘ମୁଖ୍ୟମନ୍ତ୍ରୀ ଲାଡଲୀ ଯୋଜନା’ ନାମରେ ଏକ ନୂଆ ସ୍କିମ ଆରମ୍ଭ ହୋଇଥିବା ବେଳେ ଏଥିରେ ମହିଳାଙ୍କ ଆକାଉଣ୍ଟକୁ ପ୍ରତି ମାସ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏ ନେଇ ମଧ୍ୟପ୍ରଦେଶ ସରକାରଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି । ତେବେ ୧.୨୫ କୋଟିରୁ ଅଧିକ ମହିଳା ମଧ୍ୟପ୍ରଦେଶ ସରକାରଙ୍କ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ଏହାର ଫାଇଦା ଉଠାଇପାରିବେ । ମାର୍ଚ୍ଚ ମାସରେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ । ଗରିବ ଏବଂ ମଧ୍ୟବିତ୍ତ ପରିବାରର ମହିଳାମାନଙ୍କ ପାଇଁ ସରକାର ଏହି ଯୋଜନା ପ୍ରଣୟନ କରିଛନ୍ତି । ମହିଳାମାନଙ୍କ ବିକାଶ ଏବଂ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ସରକାର ।
ତେବେ ଏଥିପାଇଁ ରେଜିଷ୍ଟ୍ରେସନର ଶେଷ ତାରିଖ ଏପ୍ରିଲ ୩୦ ରହିଥିଲା । ବର୍ତ୍ତମାନ ରେଜିଷ୍ଟର କରି ସାରିଥିବା ଯୋଗ୍ୟ ମହିଳାମାନଙ୍କୁ ରାଜ୍ୟ ସରକାର ଆର୍ଥିକ ସହାୟତା ରୂପରେ ମାସିକ ୧୦୦୦ ଟଙ୍କା ପ୍ରଦାନ କରିବେ । ସରକାରଙ୍କ ତରପରୁ ଏହି ଟଙ୍କା ସିଧାସଳଖ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ । ତେବେ ୨.୫ଲକ୍ଷର କମ୍ ବାର୍ଷିକ ଆୟ ପରିବାରର ମହିଳାମାନେ ହିଁ କେବଳ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରିବେ ।