ଖରାଦିନ ଛୁଟିରେ ସ୍କୁଲ ପିଲାଙ୍କ ପାଠ ପଢା, ହୋମ ୱାର୍କ ପାଇଁ ଖୋଲିଲା ହେଲ୍ପ ଡେସ୍କ

ଭୁବନେଶ୍ୱର: ଖରାଦିନ ଛୁଟିରେ ସ୍କୁଲ ପିଲା ପାଠ ପଢିବେ । ସ୍କୁଲ ବନ୍ଦ ରହିଲେ ବି ପିଲାଙ୍କ ପାଠ ପଢା ପାଇଁ ବ୍ୟବସ୍ଥା କରିଛନ୍ତି ସରକାର । ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ହଲିଡେ ହୋମୱାର୍କ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଅନୁଯାୟୀ ପ୍ରଥମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ସବୁ ଜିଲ୍ଲାରେ ଆରମ୍ଭ ହୋଇଛି ହେଲପ ଡେସ୍କ ବ୍ୟବସ୍ଥା । ପ୍ରତ୍ୟେକ ପିଲାଙ୍କ ପାଖରେ ଏହି ସୁବିଧା ପହଞ୍ଚାଇବା ଟୋଲ ଫ୍ରି ନମ୍ବର ମଧ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଛି ।

ମେ’ ୧ ତାରିଖରୁ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ । ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ଗଣ ଶିକ୍ଷା ବିଭାଗ । କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ସବୁ ଜିଲ୍ଲାକୁ ନିୟମାବଳୀ ପ୍ରେରଣ କରାଯାଇଛି ଏବଂ ବିଧିବଦ୍ଧ ଭାବେ ପାଳନ କରିବାକୁ ନିର୍ଦ୍ଦେଶ ରହିଛି । ପିଲାମାନଙ୍କ ପାଠ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ପ୍ରତ୍ୟେକ ଜିଲ୍ଲାରେ ସହାୟତା କେନ୍ଦ୍ର ଖୋଲାଯିବ ଏବଂ ପ୍ରତିଦିନ ୪ ଜଣ ଶିକ୍ଷକ ଏଠାରେ ପିଲାଙ୍କୁ ସାହାଯ୍ୟ କରିବେ ।

ସରକାରୀ ଛୁଟିଦିନକୁ ଛାଡିଦେଲେ ଅନ୍ୟ ସବୁ କାର୍ଯ୍ୟଦିବସରେ ଏହି ଡେସ୍କ ଖୋଲା ରହିବ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ  ଏହା ଖୋଲା ରହିବ । ୨ଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ । ଟୋଲ ଫ୍ରି ନମ୍ବରରେ ପ୍ରତ୍ୟେକ ଛାତ୍ରଛାତ୍ରୀ ଗ୍ରୀଷ୍ମଛୁଟିରେ ଦିଆ ଯାଇଥିବା ହୋମ ୱର୍କ ସମ୍ପର୍କିତ ପ୍ରଶ୍ନ ପଚାରି ପାରିବେ । ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଟୁଇଟରେ ସୂଚନା ଦିଆଯାଇଛି ।

Related Articles

Back to top button