ଆଜି ଚନ୍ଦ୍ର ଗ୍ରହଣ: ଭାରତକୁ ହେବନି ଦୃଶ୍ୟମାନ

ନୂଆଦିଲ୍ଲୀ,୪।୫ : ଆଜି ବୈଶାଖ ପୂର୍ଣ୍ଣିମାରେ ୨୦୨୩ର ପ୍ରଥମ ଚନ୍ଦ୍ରଗ୍ରହଣ ଘଟିବ। ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ । ଚଳିତ ବର୍ଷ ଦୁଇଟି ଚନ୍ଦ୍ରଗ୍ରହଣ ହେବ। ଗୋଟିଏ ମେ’ ୫ ଏବଂ ଦ୍ୱିତୀୟ ତଥା ବର୍ଷର ଶେଷ ଚନ୍ଦ୍ରଗ୍ରହଣ ୨୮ ଅକ୍ଟୋବରରେ ହେବ। ଦୁଇଟି ଚନ୍ଦ୍ରଗ୍ରହଣ ବ୍ୟତୀତ ଆଉ ଗୋଟିଏ ସୂର୍ଯ୍ୟ ପରାଗ ମଧ୍ୟ ହେବ। ପ୍ରଥମ ସୂର୍ଯ୍ୟ ପରାଗ ୨୦ ଏପ୍ରିଲରେ ହୋଇଥିଲା। ଯାହା ଏକ ହାଇବ୍ରିଡ ସୂର୍ଯ୍ୟ ପରାଗ ଥିଲା। ୨୦୨୩ ର ଶେଷ ସୂର୍ଯ୍ୟ ପରାଗ ୧୪ ଅକ୍ଟୋବରରେ ଘଟିବ ।

ଆଜି ଉପଛାୟା ଚନ୍ଦ୍ରଗ୍ରହଣ ରାତି ୮ଟା ୪୪ ରୁ ଆରମ୍ଭ ହୋଇ ମେ’ ୬ ତାରିଖ ଗୋଟାଏ ୧ ରେ ଶେଷ ହେବ। ଚନ୍ଦ୍ରଗ୍ରହଣର ସମୁଦାୟ ଅବଧି ୪ ଘଣ୍ଟା ୧୮ ମିନିଟ ହେବ। ଏହି ମହାଜାଗତିକ ଦୃଶ୍ୟ ଭାରତକୁ ଦୃଶ୍ୟମାନ ହେବ ନାହିଁ। ୟୁରୋପ, ଆଫ୍ରିକା, ଅଷ୍ଟ୍ରେଲିଆ, ଏସିଆ, ପ୍ରଶାନ୍ତ ମହାସାଗରୀୟ, ଆଟଲାଣ୍ଟିକ ଏବଂ ଭାରତ ମହାସାଗରୀୟ ଅଞ୍ଚଳରେ ଏହା ଦୃଶ୍ୟମାନ ହେବ।

ସଧାରଣତଃ ତିନୋଟି ପ୍ରକାରର ଚନ୍ଦ୍ରଗ୍ରହଣ ଘଟିଥାଏ। ସେଗୁଡିକ ହେଉଛି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ, ଆଂଶିକ ଚନ୍ଦ୍ରଗ୍ରହଣ ଏବଂ ଉପଛାୟା ଚନ୍ଦ୍ରଗ୍ରହଣ। ପୃଥିବୀ ଚନ୍ଦ୍ର ଏବଂ ସୂର୍ଯ୍ୟ ମଧ୍ୟରେ ଗତି କଲାବେଳେ ସୂର୍ଯ୍ୟଙ୍କ ଆଲୋକକୁ ଅନ୍ଧକାର କରି ଚନ୍ଦ୍ର ପୃଷ୍ଠରେ ଛାଇ ପଡ଼ିଲେ ଉପଛାୟା ଚନ୍ଦ୍ରଗ୍ରହଣ ଘଟିଥାଏ ।

ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଗ୍ରହଣର ବିଶେଷ ଗୁରୁତ୍ୱ ଦିଆଯାଇଛି। ଯାହାର ଶୁଭ ଏବଂ ଅଶୁଭ ପ୍ରଭାବ ୧୨ଟି ରାଶି ଉପରେ ଅନୁଭୁତ ହୋଇଥାଏ। ଏହି ଚନ୍ଦ୍ରଗ୍ରହଣ ତୁଳା ରାଶି ଏବଂ ସ୍ବାତୀ ନକ୍ଷତ୍ରରେ ଘଟୁଛି।

Related Articles

Back to top button