ଜମ୍ମୁ-କଶ୍ମୀରରେ ଆତଙ୍କୀ ଆକ୍ରମଣ: ୨ ଜଣ ଯବାନ ସହିଦ, ୪ ଜଣ ଯବାନ ଆହତ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସୁରକ୍ଷାବଳ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ଯବାନ ସହିଦ ହୋଇଛନ୍ତି । ଏଥିରେ ୪ ଜଣ ଯବାନ ଆହତ ହୋଇଛନ୍ତି। ଏଥିରେ ଏକାଧିକ ଆତଙ୍କୀ ନିହତ ହୋଇଥିବା ଜଣାଯାଇଛି। ଏହି ଘଟଣା ପରେ ସେନାର ଅପରେଶନ ଜାରି ରହିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ ସେବା ବନ୍ଦ କରି ଦିଆ ଯାଇଛି। ଆହତ ଯବାନଙ୍କୁ ହେଲିକପ୍ଟରରେ ଡାକ୍ତରଖାନା ପଠାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଖରାପ ପାଗ ସାଙ୍ଗକୁ ବର୍ଷା ବି ଲାଗି ରହିଛି। ଏପରି ପାଗରେ ଆତଙ୍କୀମାନେ ଆକ୍ରମଣ କରିଥିଲେ। ଜମ୍ମୁର ଘାଟଘୁରିୟନରେ ତୋତା ଗଳି ଅଞ୍ଚଳରେ ଆତଙ୍କୀମାନେ ଯବାନଙ୍କ ଉପରକୁ ଆକ୍ରମଣ କରି ଦେଇଥିଲେ। ଏହାପରେ ଲୁଚି ରହିଥିବା ଆତଙ୍କୀଙ୍କୁ ଖୋଜି ବାହାର କରିବା ପାଇଁ ସେନା ଅପରେଶନ ଆରମ୍ଭ ହୋଇଥିଲା।

ରାଜୌରୀ ସେକ୍ଟରର କଣ୍ଡି ଜଙ୍ଗଲରେ ଆତଙ୍କୀ ଲୁଚି ରହିଥିବା ଖବର ମେ’ ୩ ତାରିଖରେ ମିଳିଥିଲା। ମେ’ ୫ ତାରିଖ ସକାଳ ପ୍ରାୟ ସାଢେ ୭ଟା ବେଳେ ଆତଙ୍କୀଙ୍କୁ ଠାବ କରିଥିଲା ସେନା। ଆତଙ୍କୀମାନେ ଏଠାରେ ଥିବା ଏକ ଗୁମ୍ଫାରେ ଲୁଚି ରହିଥିଲେ। ଯବାନମାନେ ତାଙ୍କୁ ବାହାରକୁ ଆଣିବା ପାଇଁ ଚେଷ୍ଟା କରୁଥିବାବେଳେ ସେମାନେ ବୋମାମାଡ କରିଥିଲେ। ଏହି ଆକ୍ରମଣରେ ଜଣେ ଅଧିକାରୀଙ୍କ ସମେତ ୪ ଜଣ ସୈନିକ ଆହତ ହୋଇଛନ୍ତି। ୨ ଜଣ ଯବାନ ସହିଦ ହୋଇଥିଲେ।

 

Related Articles

Back to top button