ସମୂହ ଇସ୍ତଫା ଦେଲେ ମାଲକାନଗିରି ଜିଲ୍ଲାର ସମସ୍ତ ପ୍ରାଣୀଚିକିତ୍ସିକ
ମାଲକାନଗିରି: ନାର୍ଯ୍ୟ ଦାବି ପୂରଣ ପାଇଁ ମାଲକାନଗିରି ଜିଲ୍ଲାର ସମସ୍ତ ପ୍ରାଣୀ ଚିକିତ୍ସିକମାନେ ସର୍ତ୍ତମୂଳକ ସମୂହ ଇସ୍ତଫା ପ୍ରଦାନ କରିଛନ୍ତି। ଦାବି ପୂରଣ ନହେଲେ ଶୁକ୍ରବାର ଠାରୁ ପ୍ରାଣୀ ଚିକିତ୍ସକମାନେ ଚିକିତ୍ସା କରିବେ ନାହିଁ ବୋଲି ମଧ୍ୟ ଚେତାବନୀ ପ୍ରଦାନ କରିଛନ୍ତି।
ଏନେଇ ଗୁରୁବାର ସନ୍ଧ୍ୟାରେ ପ୍ରାଣୀ ଚିକିତ୍ସିକମାନେ ଜିଲ୍ଲାପାଳ ବିଶାଲ ସିଂକୁ ଭେଟି ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପ୍ରଧାନ ସଚିବଙ୍କ ଉଦ୍ଦେଶ୍ୟରେ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଦାବି ରହିଛି ଯେ ଚିକିତ୍ସିକମାନେ ୨୪ ଘଣ୍ଟିଆ ସେବା ଯୋଗାଉଥିବା ବେଳେ ପ୍ରାଣୀ ଚିକିତ୍ସା ବ୍ୟବସ୍ଥା ୨୪ ଘଣ୍ଟିଆ କରାଯାଉ, କେତେକ ରୋଗର ଚିକିତ୍ସା ପାଇଁ ବିଶେଷଜ୍ଞ ଚିକିତ୍ସିକ ଆବଶ୍ୟକ ଥିବା ବେଳେ ପ୍ରଦାନ କରାଯାଉ, ପ୍ରାଣୀ ରୋଗ ନିଦାନ ସେବା, ନିଃଶୁକ୍ଲ ପ୍ରାଣୀ ଚିକିତ୍ସା, ନିରବିଚ୍ଛିନ୍ନ ଔଷଧ ଯୋଗାଣ, ସାଧାରଣବର୍ଗ ଡାକ୍ତରଙ୍କ ସହ ସମାନ ଦରମା, ପଦୋନ୍ନତି ସୁବିଧା, କାର୍ଯ୍ୟ ସମୟ ଓ କାର୍ଯ୍ୟସାରଣୀ ନିର୍ଦ୍ଧାରଣ, ସ୍ବତନ୍ତ୍ର ସୁରକ୍ଷା ଆଇନ, ନ୍ୟୁନତମ ପ୍ରାଣୀ ଚିକିତ୍ସା ଭିତ୍ତିଭୂମି ଓ ମାନବ ସମ୍ବଳ ବ୍ୟବସ୍ଥା, ପ୍ରାଣୀ ଚିକିତ୍ସାଳୟ ଜମିର ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର ଉପରେ ନିଷେଧାଦେଶ କରାଯାଉବୋଲି ଦାବି କରିଛନ୍ତି।
ଓଡ଼ିଶା ପ୍ରାଣୀ ଚିକିତ୍ସିକ ସଂଘ ପକ୍ଷର ବାରମ୍ବାର ଦାବି କରିବା ପରେ ତାତାକ ପୂରଣ କରାଯଉନାହିଁ। ତେଣୁ ଜିଲ୍ଲାର ପ୍ରାଣୀ ଚିକିତ୍ସମାନେ ଗତ ୧ ତାରିଖ ଠାରୁ ପ୍ରାଣୀ ଚିକିତ୍ସା କରୁଥିଲେ କିନ୍ତୁ ଅନଲାନରେ ଡାଟା ଅପଲୋଡ, ଡିଜିଟାଲ କାର୍ଯ୍ୟ ବର୍ଜନ କରିଥିଲେ। ଏଥିସହ ଆନିମଲ ହେଲପ ଲାଇନ୍, ନିର୍ଦ୍ଧାରିତ କାର୍ଯ୍ୟ ସମୟ ପରେ, ଛୁଟିଦିନ ଓ କାର୍ଯ୍ୟାଳୟ ପରିସର ବାହାରେ ମଧ୍ୟ ସେବା ଯୋଗାଇବା ବର୍ଜନ କରିଥିଲେ। କିନ୍ତୁ ଦାବି ପୂରଣ ନହେବାରୁ ଆଜି ସମସ୍ତ ପ୍ରାଣୀ ଚିକିତ୍ସିକ ଇସ୍ତଫା ପ୍ରଦାନ କରିଥିବା ଚିକିତ୍ସିକମାନେ କହିଛନ୍ତି।