୧୦ ମିନିଟ ଯାଏଁ ଭାରତୀୟ ବାୟୁସୀମାରେ ଘୁରି ବୁଲିଲା ପାକିସ୍ତାନ ଏୟାରଲାଇନ୍ସର ବିମାନ

ନୂଆଦିଲ୍ଲୀ: ଭାରତୀୟ ବାୟୁସୀମାରେ ପାକିସ୍ତାନ ଏୟାରଲାଇନ୍ସର ଏକ ବିମାନ ଘୁରି ବୁଲିବା ଚିନ୍ତାର କାରଣ ସାଜିଥିଲା । ବିମାନଟି ଭାରତ ସୀମାରେ ପ୍ରବେଶ କରିବା ମାତ୍ରେ ସେନାକୁ ସତର୍କ କରାଯାଇଥିଲା । ସେନା ପ୍ରାୟ ୧୦ ମିନିଟ ଏହା ଉପରେ ନଜର ରଖିଥିଲା । ବିମାନଟି ପଞ୍ଜାବ ନିକଟରେ ୧୨୦ କିଲୋମିଟର ଉଡିବା ପରେ ନିଜ ଦେଶରେ ପ୍ରବେଶ କରିଥିଲା । ଏ ନେଇ କୌଣସି ପ୍ରକାରର ଅଘଟଣ ଘଟି ନାହିଁ । ପାକିସ୍ତାନର ଲାହୋର ବିମାନ ବନ୍ଦରରେ ପ୍ରବଳ ବର୍ଷା ଯୋଗୁ ପିକେ-୨୪୮ ବିମାନଟି ଅବତରଣ କରିପାରି ନ ଥିଲା । ପାଇଲଟ ଏହାକୁ ଅନ୍ୟ ସ୍ଥାନରେ ଅବତରଣ କରିବା ପାଇଁ ଯୋଜନା କରିଥିଲେ ।

ମାତ୍ର ବର୍ଷା ଏବଂ ଅନ୍ଧକାର ପରିବେଶ ଯୋଗୁ ପାଇଲଟ ବିମାନଟିକୁ ଭୁଲରେ ଭାରତୀୟ ସୀମାରେ ପ୍ରବେଶ କରାଇଥିଲେ । ଏହା ପରେ ବିମାନଟି ନୌସେରା ପାନୁଆନ ରାସ୍ତା ଦେଇ ପାକିସ୍ତାନର ମୁଲତାନ ଅଞ୍ଚଳକୁ ଯାଇଥିଲା । ଏହା ଏକ ସାମାନ୍ୟ ଘଟଣା ଥିଲା ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି ।

Related Articles

Back to top button