୧୨ ଘଣ୍ଟିଆ କୋରାପୁଟ ବନ୍ଦ

ଭୁବନେଶ୍ୱର: ଓଡ଼ିଶାର କୋରାପୁଟ ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ଜିଲ୍ଲା କଂଗ୍ରେସ । ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଜିଲ୍ଲାରେ ଚକ ଅଖ ବନ୍ଦ ରଖିବାକୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଜିଲ୍ଲାବାସୀଙ୍କୁ ଅପିଲ କରିଛନ୍ତି। ଜିଲ୍ଲା ପ୍ରତି କେନ୍ଦ୍ର ଓ ରାଜ୍ୟସରକାରଙ୍କ ବୈମାତୃକ ମନୋଭାବ ଓ ଅବହେଳା ଅଭିଯୋଗରେ ବନ୍ଦ ଡାକରା ଦିଆଯାଇଛି । ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଦାବି, ଜିଲ୍ଲାରେ ବିଭିନ୍ନ ସରକାରୀ ଚାକିରିରେ ସ୍ଥାନୀୟ ଯୁବକଯୁବତୀଙ୍କୁ ନିଯୁକ୍ତି ଆଦି ଦାବି ହୋଇଛି ।

ସେହିପରି କେନ୍ଦ୍ରିୟ ଡ୍ରାଇଭିଂ ତାଲିମ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଏବଂ କୋରାପୁଟରେ ବନ୍ଦ ହୋଇଥିବା ବିଇଡି କଲେଜକୁ ୧୦୦ ସିଟ୍‌ ବିଶିଷ୍ଟ କରି ପୁନର୍ବାର ଚାଲୁ କରିବା ଦାବିରେ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀମତି ମୀନାକ୍ଷୀ ବାହିନୀ ପତି ବନ୍ଦ ଡାକରା ଦେଇଛନ୍ତି । ଜୟପୁର ବିଧାୟକ ତାରା ବାହିନୀପତିଙ୍କ ନେତୃତ୍ୱରେ ଚକଅଖ ବନ୍ଦ କରାଯାଇଛି । ବନ୍ଦକୁ ବ୍ୟବସାୟୀ ସଂଘ ସହ ବିଭିନ୍ନ ଅନୁଷ୍ଠାନ ସମର୍ଥନ ଜଣାଇଛି । ସହରର ମୁଖ୍ୟ ଟ୍ରାଫିକ ଛକଠାରେ କଂଗ୍ରେସ ନେତା ଓ କର୍ମୀମାନେ ରାସ୍ତା ଅବରୋଧ କରିଛନ୍ତି । ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Related Articles

Back to top button