ଅବପାତରେ ପରିଣତ ହୋଇ ବାତ୍ୟାର ରୂପ ନେଉଛି ଲଘୁଚାପ: ଓଡ଼ିଶା ପାଇଁ ନାହିଁ ବିପଦ

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ଏହାର ପାଶ୍ୱର୍ବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇ ଧିରେ ଧିରେ ବାତ୍ୟାର ରୂପ ନେଉଛି। ଏହା ସ୍ଥଳଭାଗ ଛୁଇଁବା ପୂର୍ବରୁ ସମଗ୍ର ଓଡ଼ିଶାରେ ଅସହ୍ୟ ଗରମ ଓ ଗୁଳୁଗୁଳି ରାଜ୍ୟରେ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ରୁ ଆସୁଥିବା ବାତ୍ୟାକୁ ‘ମୋଚା’ ବୋଲି ନାମକରଣ କରାଯାଇଛି। ଆସନ୍ତା ୧୨ ତାରିଖ ସକାଳ ଯାଏଁ ବାତ୍ୟା ‘ମୋଚା’ ଉତ୍ତର- ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସମ୍ଭାବନା ରହିଛି।

ତେବେ ପରବର୍ତ୍ତୀ ସମୟରେ ଏହା ଗତିପଥ ପରିବର୍ତ୍ତନ କରି ଉତ୍ତର-ଉତ୍ତର ପୂର୍ବ ଦିଗରେ ବାଂଲାଦେଶ–ମିଆଁମାର ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି। ତେବେ ଓଡ଼ିଶାକୁ ବାତ୍ୟାର ଭୟ ନାହିଁ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଅନ୍ୟପକ୍ଷରେ ବାତ୍ୟା ଭୟ ନ ଥିଲେ ମଧ୍ୟ ସମସ୍ତ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ସ୍ୱତନ୍ତ୍ର ରିଲିଫ୍‍ କମିଶନର ସତ୍ୟବ୍ରତ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦିଆଯାଇଛି । ଯେଉଁମାନେ ସମୁଦ୍ର ମଧ୍ୟକୁ ମାଛ ଧରିବା ପାଇଁ ଯାଇଛନ୍ତି ସେମାନେ ତୁରନ୍ତ ଫେରି ଆସିବା ପାଇଁ ପରାମର୍ଶ ଦିଆଯାଇଛି।

କାଳବୈଶାଖୀର ପ୍ରଭାବ ହ୍ରାସ ପାଇଲାପରେ ଗତ ଦୁଇଦିନ ହେବ ରାଜ୍ୟରେ ତାପମାତ୍ରା ଅସ୍ୱଭାବିକଭାବେ ବୃଦ୍ଧି ପାଉଛି। ସେହିପରି ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଛି । ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୩୨ ଦଶମିକ ୬ ଡିଗ୍ରୀ ଥିବାବେଳେ ଦିନ ସାଢ଼େ ୧୧ଟା ବେଳକୁ ତାପମାତ୍ରା ୩୭ ଦଶମିକ ୪ ଡିଗ୍ରୀ ସେଲସିୟସ ଓ ଆର୍ଦ୍ରତା ୫୮ ପ୍ରତିଶତ ଥିଲା।

Related Articles

Back to top button