ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ ଲଘୁଚାପ, ୧୪ ପୂର୍ବାହ୍ନରେ ଉପକୂଳ ଛୁଇଁବ ବାତ୍ୟା ‘ମୋଚା’

ନୂଆଦିଲ୍ଲୀ : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ପରିଣତ ହୋଇ ଆଜି ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପ ନେବ । ଏହା ଘନୀଭୂତ ହୋଇ ୧୧ ତାରିଖ ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ ଏବଂ ସେହି ଦିନ ମଧ୍ୟରାତ୍ରରେ ଭୀଷଣରୁ ଅତି ଭୀଷଣ ମାତ୍ରାରେ ବାତ୍ୟା ରୂପ ନେବ । ଅତି ଭୀଷଣ ବାତ୍ୟାରେ ପରିଣତ ହେବା ପରେ ରକର୍ଭ କରି ଗତି କରିବ ଅର୍ଥାତ୍ ଦିଗ ପରିବର୍ତ୍ତନ କରିବ ।

ଉତ୍ତର-ଉତ୍ତରପଶ୍ଚିମ ଦିଗରେ ମୁହାଁଇବ ବାତ୍ୟା ମୋଚା। ବାଂଲାଦେଶ ଓ ମିଆଁମାର ଏହାର ଭୟାବହ ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରାଯାଇଛି । ୧୪ ପୂର୍ବାହ୍ନରେ ଉପକୂଳ ଛୁଇଁବ ବାତ୍ୟା ମୋଚା । ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ଭୀଷଣ ବେଗରେ ପବନ ବହିବ । ଘଣ୍ଟା ପ୍ରତି ପବନର ବେଗ ୧୧୦ରୁ ୧୨୦ କିମି ବହିବାର ସମ୍ଭାବନା ରହିଛି । ଓଡିଶା ଉପରେ ଏହାର କୌଣସି ପ୍ରଭାବ ନାହିଁ ବୋଲି ପୂର୍ବରୁ କେନ୍ଦ୍ରୀୟ ପାଣିପାଗ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା ।

Related Articles

Back to top button