କୋରାପୁଟରେ ବ୍ୟାପୁଛି ଆନ୍ଥ୍ରାକ୍ସ ରୋଗ

କୋରାପୁଟ: ବହୁ ବର୍ଷ ପରେ କୋରାପୁଟ ଜିଲ୍ଲାରେ ହଠାତ୍ ମାଡ଼ି ଚାଲିଛି ମାରାତ୍ମକ ଆନ୍ଥ୍ରାକ୍ସ ରୋଗ। କାରଣ ଖୋଜିବାକୁ ଜିଲ୍ଲାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ବିଶେଷଜ୍ଞ ଟିମ୍। କାରଣ ଖୋଜିବା ପରେ ସଂଘାତିକ ତଥ୍ୟ ସାମ୍ନାକୁ ଆସିଛି।  ଭୁବନେଶ୍ୱରୁ ଯାଇଥିବା ଆରଏମ୍‌ଆରସି ଟିମ୍‌ କହିଛି ଯେ ଗାଈଗୋରୁଙ୍କ ଠାରୁ ବ୍ୟାପୁଛି ଏହି ଭୟଙ୍କର ରୋଗ। ଏମାନଙ୍କର ଟିକାକରଣ ହୋଇନଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ଆର୍‌ଏମ୍‌ଆର୍‌ସି କହିଛି।

କୋରାପୁଟର ଦଶମନ୍ତପୁର ବ୍ଲକ୍‌ରେ ସ୍ଥିତି ବିଗିଡ଼ିବା ଆକ୍ରାନ୍ତ ଚିହ୍ନଟ ହେବା ପରେ ତତ୍ପରତା ପ୍ରକାଶ ପାଇଥିଲା। ସ୍ଥିତି ପରଖି ରୋଗକୁ ନିୟନ୍ତ୍ରଣାଧୀନ କରିବାକୁ ସ୍ୱାସ୍ଥ୍ୟ ବିଭାଗ ଉକ୍ତ ସ୍ଥାନକୁ ବିଶେଷଜ୍ଞ ଟିମ ପଠାଇଥିଲା। ଆଞ୍ଚଳିକ ସ୍ୱାସ୍ଥ୍ୟ ଅନୁସନ୍ଧାନ କେନ୍ଦ୍ର (ଆରଏମ୍‌ଆରସି)ର ବିଶେଷଜ୍ଞ ଡାକ୍ତର ଦେବପ୍ରସାଦ ପରାଇ, ଡାକ୍ତର ହରିରାମ ଚୌଧୁରୀ, ଡାକ୍ତର ପି.କେ ସାମଲ ଓ ଡାକ୍ତର ସୁନୀତା ଜେନା ପ୍ରମୁଖ ଗତକାଲି ଦଶମନ୍ତପୁରରେ ପହଞ୍ଚି ଆନ୍ଥ୍ରାକ୍ସ ବ୍ୟାପିବାର କାରଣ ଖୋଜିଥିଲେ।

ଏଠି ଗାଇଗୋରୁଙ୍କ ଟିକାକରଣ ହୋଇନଥିବା ଜାଣିବାକୁ ପାଇଥିଲେ। ତେଣୁ ଗୋମାଂସ ଭକ୍ଷଣ ଯୋଗୁ ଲୋକେ ଆନ୍ଥ୍ରାକ୍ସ ରୋଗରେ ଆକ୍ରାନ୍ତ ହେଉଥିବା ଜଣାପଡ଼ିଥିଲା। ପ୍ରାଣୀଧନ ବିଭାଗ ଗୋରୁଙ୍କର ନିୟମିତ ଟିକାକରଣ କରୁନଥିବା ଅଭିଯୋଗ ହୋଇଥିବା ବେଳେ ବିଶେଷଜ୍ଞ ଚିମ ସମସ୍ତ ତଥ୍ୟ ଏକାଠି କରି ପଟାଙ୍ଗି ବ୍ଲକ୍‌ର କୁନ୍ଦୁଲି ଯାଇ ସେଠାରୁ ଭୁବନେଶ୍ୱର ଯାଇଥିବା ସୂଚନା ମିଳିଛି।

Related Articles

Back to top button