‘ପୁଷ୍ପା-୨’ ଫିଲ୍ମରେ ନଜର ଆସିବେ ଓଲିଉଡ କଳାକାର ମିଟୁ ମିଥୁନ୍

ଭୁବନେଶ୍ୱର: ତେବେ ‘ପୁଷ୍ପା-୨’ର ଶୁଟିଂ ଓଡ଼ିଶାରେ ଚାଲିଥିବା ବେଳେ ଓଲିଉଡର ଅନ୍ୟତମ ନିର୍ଦ୍ଦେଶକ ମିଟୁ ମିଥୁନ୍ ଏହି ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମର ଶୁଟିଂ ପାଇଁ ମିଥୁନ ଏକ ଭଲ ସେଲୁନକୁ ଯାଇ ନିଜର କେଶ କାଟିଛନ୍ତି । ପୋଲିସ ପୋଷାକ ସାଙ୍ଗକୁ କଳା ଚଷମାରେ ମିଥୁନ ବେଶ୍ ସ୍ମାର୍ଟ ଲାଗୁଛନ୍ତି । ଜଣେ ଓଡ଼ିଆ ଭାବେ ସାଉଥ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଥିବାରୁ ସେଥିପାଇଁ ମିଥୁନ୍ ବେଶ୍ ଉତ୍ସାହିତ ରହିଛନ୍ତି ।

ନିଜର ୨୫ ବର୍ଷର ଫିଲ୍ମ କ୍ୟାରିୟର ମଧ୍ୟରେ ମିଥୁନ ଜ୍ୟାକି ଶ୍ରଫଙ୍କ ଭଳି ଅନେକ ବଡ଼ ବଡ଼ ବଲିଉଡ ଅଭିନେତାଙ୍କ ସହିତ ଅଭିନୟ କରିଛନ୍ତି । ଏହି ଫିଲ୍ମ ଦେଖିବା ପରେ ମିଟୁ ମିଥୁନ ବୋଲି ଜଣେ ଉଚ୍ଚକୋଟୀର କଳାକାର ଅଛନ୍ତି ବୋଲି ଦର୍ଶକମାନେ ଜାଣିପାରିବେ । ଫିଲ୍ମରେ ଅଲ୍ଲୁ ଅର୍ଜୁନ ଓଡ଼ିଶା ମାଟିରୁ ରକ୍ତ ଚନ୍ଦନ କାଠ ଚୋରି କରି ନେଇଯାଉଥିବା ବେଳେ ଏହାକୁ ସହଜରେ ଗ୍ରହଣ କରିପାରି ନଥିଲେ ମିଥୁନ୍ । ହୋଇପାରେ ଏହା ଅଭିନୟ, ମାତ୍ର ଏହାକୁ ପରଦାରେ ବାସ୍ତବ ରୂପ ଦେବାକୁ ଚେଷ୍ଟା କରିଛନ୍ତି ମିଥୁନ୍ । ତେଣୁ ଦର୍ଶକମାନେ ନିଶ୍ଚିତ ଭାବେ ମିଥୁନଙ୍କର ଏହି ଅନ୍ଦାଜକୁ ଗ୍ରହଣ କରିବେ ବୋଲି ସେ ଆଶାବାଦୀ ରହିଛନ୍ତି । ତେବେ ସେ ଯାହା ହେଉ, ମିଥୁନ ଆମର ଓଡ଼ିଆ ପୁଅ ଏହି ଫିଲ୍ମ ମାଧ୍ୟମରେ ସାରା ଭାରତବର୍ଷରେ ସୁନାମ ଆଣନ୍ତୁ ଏହା ହିଁ ଆମର କାମନା ।

Related Articles

Back to top button