୩ ଜିଲ୍ଲା ପାଇଁ କାଳବୈଶାଖୀ ସତର୍କ ସୂଚନା ଜାରି କରିଲା ପାଣିପାଗ ବିଭାଗ

ଭୁବନେଶ୍ୱର:  ଭୁବନେଶ୍ୱର ସମେତ ଓଡ଼ିଶାର ୩ ଜିଲ୍ଲା ପାଇଁ ଏହି ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ରାତି ୮.୨୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱର ସମେତ ଜଗତସିଂହପୁର, କେନ୍ଦ୍ରାପଡା ଏବଂ ଖୋର୍ଦ୍ଧା ଜିଲ୍ଲାର କେତେକ ଅଞ୍ଚଳରେ ଘଡଘଡି ବିଜୁଳି ସହ ବର୍ଷା ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ଘଡଘଡି, ବିଜୁଳି ସହ ୩୦ରୁ ୪୦ କିମି ବେଗରେ ପବନ ବହିପାରେ । ହାଲକାରୁ ମଧ୍ୟମ ଧରଣର ବର୍ଷା ବି ହୋଇପାରେ ବୋଲି ବିଭାଗ ପୂର୍ବାନୁମାନ କରିଛି । ଲୋକଙ୍କୁ ସତର୍କ ରହିବା ପାଇଁ କୁହଯାଇଛି । ପାଗକୁ ଦେଖି ବାହାରିବା ପାଇଁ ପରାମର୍ଶ ଦିଆଯାଇଛି ।

ଏହାବ୍ୟତୀତ ମେଟ ଅଫିସ ପକ୍ଷରୁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ଜାଜପୁର, କଟକ, ଖୋର୍ଦ୍ଧା ଜିଲ୍ଲାର ଗୋଟିଏ ବା ୨ ଟି ଜିଲ୍ଲା ପାଇଁ ବୁଧବାର ସକାଳ ସାଢ ୮ଟା ପର୍ଯ୍ୟନ୍ତ ୟେଲାେ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟ ମଧ୍ୟରେ ଏଠାରେ ଘଡଘଡି, ବିଜୁଳି ସହ ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

Related Articles

Back to top button