ସତ୍ୟନଗରସ୍ଥିତ ତୋଷାଳି ଭବନକୁ ସ୍ଥାନାନ୍ତରିତ ହେଲା ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟ

ଭୁବନେଶ୍ୱର: ପୂର୍ବରୁ କ୍ୟାପିଟାଲ ହସ୍‌ପିଟାଲ ପରିସରରେ ଥିବା ଏହି କାର୍ଯ୍ୟାଳୟ ଏବେ ସତ୍ୟନଗରସ୍ଥିତ ତୋଷାଳି ଭବନକୁ ସ୍ଥାନାନ୍ତର ହେଲା ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତଙ୍କ କାର୍ଯ୍ୟାଳୟ । ଏ ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।  ତୋଷାଳିଭବନ ଏ-୧ ବ୍ଲକର ତଳ ମହଲାରେ ଆୟୁକ୍ତଙ୍କ କାର୍ଯ୍ୟାଳୟ କାର୍ଯ୍ୟ କରୁଛି । ରାଜ୍ୟର ଭିନ୍ନକ୍ଷମ ହିତାଧିକାରୀମାନେ ଏଣିକି ସେମାନଙ୍କ ସମସ୍ୟା ତଥା ଅଭିଯୋଗଗୁଡ଼ିକର ସମାଧାନ ନିମନ୍ତେ ଆୟୁକ୍ତଙ୍କ କାର୍ଯ୍ୟାଳୟକୁ ଆସିପାରିବେ । ଏ ନେଇ  ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଏ ନେଇ ପ୍ରେସ ରିଲିଜ ମାଧ୍ୟମରେ ସୂଚନା ଦିଆଯାଇଛି ।

Related Articles

Back to top button