ସୁବର୍ଣ୍ଣପୁରରେ ବଜ୍ରକାପ୍ତା ଚୋରାଚାଲାଣ ବେଳେ ଧରାପଡ଼ିଲେ ଦୁଇ ଭାଇ

ଭୁବନେଶ୍ୱର: ଓଡ଼ିଶା ପୁଲିସର ସ୍ପେସାଲ ଟାସ୍କ ଫୋର୍ସ (ଏସଟିଏଫ୍) ଏକ ସଫଳ ଅପରେସନ୍ କରି ସୁବର୍ଣ୍ଣପୁର ଜିଲ୍ଲାରେ ଦୁଇ ଜଣଙ୍କୁ ଗିରଫ କରିବା ସହ ଦୁଇ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି। ଗିରଫ ଅଭିଯୁକ୍ତ ହେଲେ ଲଛିପୁର ଥାନା ଅନ୍ତର୍ଗତ ଝଙ୍କରପାଲି ଗ୍ରାମର ଦୁଇ ଭାଇ ବେଦବ୍ୟାସ ଧରୁଆ(୪୧) ଓ ନବଦୀପ ଧରୁଆ(୨୯)।

ଏସଟିଏଫ୍ ଅଧିକାରୀମାନେ ସୋନପୁର ବନଖଣ୍ଡ ଅଧିକାରୀଙ୍କ ସହ ମିଳିତ ଭାବେ ଚଢ଼ାଉ କରି ମଙ୍ଗଳବାର ଅଭିଯୁକ୍ତକୁ ନଛିପୁରା ଓ ସୋନପୁର ମୁଖ୍ୟ ରାସ୍ତା ମଝିରେ ଧରିଥିଲେ। ସେମାନଙ୍କ ନିକଟରୁ ୭ କେଜି ଓ ୩ କେଜି ଓଜନର ଦୁଇଟି ବଜ୍ରକାପ୍ତା ସହ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରିଛି।

ଅଭିଯୁକ୍ତମାନଙ୍କୁ ଏସଟିଏଫ୍ ଅଟକ ରଖି ପଚରାଉଚରା କରିବା ପରେ ଅଧିକ ତଦନ୍ତ ପାଇଁ ସୋନପୁର ବନଖଣ୍ଡ ଅଧିକାରୀଙ୍କୁ ହସ୍ତାନ୍ତର କରିଛି। ଏଥିସହ ଜୀବନ୍ତ ପାଙ୍ଗୋଲିନ୍ ଗୁଡିକୁ ସୋନପୁର ଡିଭିଜନାଲ ଫରେଷ୍ଟ ଅଫିସର (ଡିଏଫଓ)ଙ୍କୁ ସୁରକ୍ଷିତ ହେପାଜତରେ ରଖିବା ପାଇଁ ହସ୍ତାନ୍ତର କରାଯାଇଛି।

Related Articles

Back to top button