ହିନ୍ଦ୍ ମହାସାଗାରରେ ଓଲଟି ପଡ଼ିଲା ମାଛ ମାରୁଥିବା ଚୀନ ଜାହାଜ; ୩୯ ଜଣ ନିଖୋଜ, ସର୍ଚ୍ଚ ଅପରେସନ ଜାରି

ବେଜିଂ: ହିନ୍ଦ ମହାସାଗାରରେ ଓଲଟିପଡ଼ିଲା ମାଛ ମାରୁଥିବା ଚୀନ ଜାହାଜ ଲୁ ପେଙ୍ଗ ୟୁଆନ ୟୁ-୦୨୮ । ଗତକାଲି ୩ଟା ବେଳେ ଜାହାଜଟି ଓଲଟିପଡ଼ିବାରୁ ୩୯ ଜଣ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ଖୋଜିବା ଜାରି ରହିଛି। ଜାହାଜରେ ମୋଟ ୩୯ ଜଣ ଥିବା ବେଳେ ୧୭ ଜଣ ଚୀନ ଜାହାଜ ଚାଳକ ୧୭ ଇଣ୍ଡୋନେସିଆର ଜାହାଜ ଚାଳକ ଓ ୫ ଫିଲିପାଇନ୍ସ ଚାଳକ ଦଳ ରହିଥିଲେ।

ଏହି ଘଟଣା ପରେ ଚୀନ ସରକାର ତୁରନ୍ତ ସକ୍ରିୟ ହୋଇଯାଇଛନ୍ତି। ଜରୁରୀକାଳୀନ ସିଷ୍ଟମକୁ ତୁରନ୍ତ ଆକ୍ଟିଭ୍ କରିବା ସହ ଉଦ୍ଧାରକାରୀ ଦଳଙ୍କ ସଂଖ୍ୟା ବଢାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ବିଦେଶର ଉଦ୍ଧାରକାରୀ ବ୍ୟବସ୍ଥା କରାଇବା ସହ ସ୍ଥିତି ଆକଳନ କରିବାକୁ ବିଭିନ୍ନ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦିଆଯାଇଛି।

ଚୀନ ଜାହାଜ ବୁଡ଼ି ଘଟଣାରେ ଅଷ୍ଟ୍ରେଲିଆ ଓ ଅନ୍ୟ ଦେଶଗୁଡ଼ିକ ମଧ୍ୟ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ଉଦ୍ଧାରକାର୍ଯ୍ୟରେ ଅଗ୍ରଗତି ପାଇଁ ଚୀନ ସରକାର ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ମାଲଦ୍ୱୀପ, ଇଣ୍ଡୋନେସିଆ ଓ ଫିଲିପାଇନ୍ସର ଦୂତାବାସ ସହ ଆଲୋଚନା କରି ଜରୁରୀକାଳୀନ ସିଷ୍ଟମ ଆରମ୍ଭ କରିଦେଇଛନ୍ତି।

Related Articles

Back to top button