ଆବଶ୍ୟକ ହେଲେ ବଢିବ ଯୁକ୍ତ ଦୁଇ ସିଟ୍ ସଂଖ୍ୟା – ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ
ଭୁବନେଶ୍ୱର: ଆଜି ଗଣଶିକ୍ଷା ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି, ‘ ଯେଉଁ ଜିଲ୍ଲାରେ ଆବଶ୍ୟକ ପଡ଼ିବ ସେଠାରେ ସିଟ୍ ସଂଖ୍ୟା ବଢାଯିବ’ । ଏବର୍ଷ ରେକର୍ଡ ସଂଖ୍ୟକ ପିଲା ପାସ୍ କରିଥିବାରୁ ଏପରି ଚିନ୍ତା ବଢିଛି । ପାସ ହାର ଅଧିକ ଥିବାରୁ ସବୁ ପିଲା +୨ ସିଟ୍ ନପାଇବା ନେଇ ସନ୍ଦେହ ସୃଷ୍ଟି ହୋଇଛି।
ଚଳିତବର୍ଷ ମୋଟ ପାସ୍ ହାର ୯୬.୪୦ % ରହିଥିବା ବେଳେ ଏଥିରୁ ୪,୧୫୮ ଜଣ ଛାତ୍ରଛାତ୍ରୀ ଏ୧ ଗ୍ରେଡରେ ଅଛନ୍ତି। ଏହାବ୍ୟତୀତ ୨୯,୮୩୮ ଜଣ ପିଲା ଏ୨ ଗ୍ରେଡ ପାଇଥିବା ବେଳେ ବି୧ରେ ୭୭,୫୬୭ ଏବଂ ବି୨ ଗ୍ରେଡରେ ୧,୧.୭୫୦ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ପରୀକ୍ଷାରେ ଛାତ୍ରୀଙ୍କ ପାସ୍ ହାର ୯୭.୦୫% ରହିଥିବା ବେଳେ ଛାତ୍ରଙ୍କ ପାସ୍ ହାର ରହିଛି ୯୫.୭୫% । ସେହିପରି କଟକ ଏବଂ ଜଗତସିଂହପୁର ଜିଲ୍ଲାରେ ପାସ୍ ହାର ସର୍ବାଧିକ ୯୭.୯୯% ରେକର୍ଡ କରାଯାଇଛି । ତେବେ ମାଲକାନାଗିରିରେ ସର୍ବନିମ୍ନ ପାସ୍ ହାର ରେକର୍ଡ କରାଯାଇଛି । ଏହି ଜିଲ୍ଲାରେ ମୋଟ ୯୨. ୬୮% ପିଲା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।