ବାବା ଆଖଣ୍ଡଳମଣିଙ୍କ ଦୁର୍ଲଭ ବେଶ ଦର୍ଶନ କଲେ ରାଜସ୍ୱ ମନ୍ତ୍ରୀ
ଭଦ୍ରକ: ଆଜି ପବିତ୍ର ଦେବ ଦମ୍ପତ୍ତିଙ୍କ ବିବାହ । ବର୍ଷକରେ ଥରୁଟିଏ ଏମିତି ବେଶ ଧାରଣ କରନ୍ତି ବାବା ଆଖଣ୍ଡଳମଣି ଓ ମା ପାର୍ବତୀ । ଯାହା କି ବିରଳ । ଦେବ ଦମ୍ପତ୍ତି ବିବାହ ପରେ ଏହି ବେଶ ଧାରଣ କରନ୍ତି । ଆଜି ବାବାଙ୍କର ଏହି ଦୁର୍ଲଭ ବେଶ୍ ଦର୍ଶନ କରିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ । ମନ୍ଦିରକୁ ଯାଇ ବାବାଙ୍କ ଦର୍ଶନ କରିବା ସହ ବାବାଙ୍କ ଆଶିଷ ଲାଭ କରିଛନ୍ତି ।
ସୂଚନା ଥଉକି, ବାବା ଆଖଣ୍ଡଳମଣି ରାଜ ରାଜେଶ୍ୱର ବେଶ ଧାରଣ କରୁଥିବା ବେଳେ ମାଆ ପାର୍ବତୀ ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦିଅନ୍ତି । ଏହି ବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ପ୍ରାପ୍ତି ହେବାର ବିଶ୍ୱାସ ରହିଛି । ତେବେ ଆଜିର ଦିନରେ ସର୍ବ ସାଧାରଣଙ୍କ ଦର୍ଶନ ନିମିତ୍ତ ମନ୍ଦିର ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହିବ ।
ଶିବ ବିବାହ ଅବସରରେ ମା ପାର୍ବତୀଙ୍କ ଘରୁ ବରଧରା ଶୋଭଯାତ୍ରା ବାହାରିଛି । ହନୁମାନ ବର ନିମନ୍ତ୍ରଣ ପାଇଁ ବାବା ଆଖଣ୍ଡଳମଣିଙ୍କ ଘରକୁ ଯାଇଛନ୍ତି । ବାଦ୍ୟ ଓ ପାରମ୍ପରିକ ବାଦ୍ୟ ସହ ଶୋଭଯାତ୍ରା ରେ କମ୍ପୁଛି ଆରଡ଼ି ଧାମ । ପରେ ବର ନିମନ୍ତ୍ରଣ ଓ ସନ୍ଧ୍ୟାରେ ବର ଶୋଭଯାତ୍ରା ରେ ବାହାରିବେ ।