ସଡ଼କ ଦୁର୍ଘଟଣାରେ ଚାଲିଗଲା ମା’ ଓ ଝିଅଙ୍କ ଜୀବନ

ତିର୍ତ୍ତୋଲ : ଝିଅ ଦେହ ଖରାପ ଥିବାରୁ ମେଡିକାଲ ଯାଉଥିଲେ। ସ୍କୁଟିକୁ ଧକ୍କା ଦେଲା ଇଟା ବୋଝେଇ ଟ୍ରକ୍ । ଘଟଣାସ୍ଥଳରେ ଚାଲିଗଲା ମା’ ଓ ଝିଅଙ୍କ ଜୀବନ l ଜଗତସିଂହପୁର ଚସାପଡ଼ାରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

ସୂଚନା ଅନୁସାରେ, ଆଜି ସକାଳେ ତିର୍ତ୍ତୋଲ ଅଞ୍ଚଳର ମିର ମହଲା ଗାଁର ଶେଖ ମୁକ୍ତାର ଓ ତାଙ୍କ ବୋହୂ କଲିମା ବିବି ଝିଅକୁ ନେଇ ସ୍କୁଟି ଯୋଗେ ଜଗତସିଂହପୁର ମେଡିକାଲକୁ ଆସୁଥିବା ବେଳେ ଚଷାପଡ଼ା ନିକଟରେ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ମାଆ କଲିମ ବିବି ଓ ୭ମାସର ଝିଅ ଆଲିଆ ଖାତୁନଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ବାଲିକୁଦା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି।

Related Articles

Back to top button