ଆଜି ପବିତ୍ର ଚମ୍ପକ ଦ୍ୱାଦଶୀ

ପୁରୀ: ଆଜି ହେଉଛି ପବିତ୍ର ଚମ୍ପକ ଦ୍ୱାଦଶୀ । ଶ୍ରୀମନ୍ଦିରରେ ମହାଆଡମ୍ବରରେ ସମ୍ପୂର୍ଣ୍ଣ ହେବ ମହାପ୍ରଭୁଙ୍କ ଗୁଆଲି ନୀତି । ପାଲିଙ୍କିରେ ମଦନମୋହନ ଓ ଶ୍ରୀଦେବୀ ନଗର ପରିକ୍ରମା କରିବେ । ମହାପ୍ରଭୁ ଏବଂ ମା’ ଲକ୍ଷ୍ମୀ ପ୍ରଥମେ ଶ୍ରୀନଅରକୁ ଯିବେ । ସେଠାରେ ବନ୍ଦାପନା ନୀତି ପରେ ଜମ୍ବେଶ୍ୱର ମହାଦେବଙ୍କ ମନ୍ଦିରକୁ ଯିବେ ଏବଂ ପଞ୍ଚଗ୍ରାସ ନୀତି ସମ୍ପନ୍ନ ହେବ । ଏହି ସମୟରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତ ପଟୁଆରରେ ସାମିଲ ହେବେ । ସେପଟେ ଆଜି ଶ୍ରୀମନ୍ଦିରରେ ପ୍ରାୟ ୩୯ଟି ନିତି ରହିଛି । ବିଧିପରମ୍ପରା ଅନୁସାରେ ଆଜି ଶ୍ରୀମନ୍ଦିରରେ ରହିଛି ଦଇତା ପ୍ରବେଶ। ବଡସିଂହାର ବେଶ ପରେ ପହୁଡ ଆଳତୀ, ଶ୍ରୀମୁଖ ଖଣ୍ଡୁଆ ଓ ତାପରେ ଦଇତା ସେବକଙ୍କ ଦ୍ୱାରା ବାହୁଟ କଣ୍ଟ ନିତି କରାଯିବ। ତାପରେ କୋଠସୁଆଁସିଆ ଗର୍ଭଗୃହକୁ ପ୍ରବେଶ କରି ଚାରମାଳ ବନ୍ଧା ନିତି ସମ୍ପାଦନ କରିବେ। ପରେ ଦଇତାପତିଙ୍କ ଦ୍ୱାରା ସେନାପଟା ଲାଗି ନିତି କରାଯିବ। ଅନ୍ୟପଟେ ମହାପ୍ରଭୁଙ୍କ ଘୋଷଯାତ୍ରା ଆଉ ଅଳ୍ପଦିନ ବାକି ଥିବାରୁ ରଥନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି ।

Related Articles

Back to top button