୧୦ ଯାଏ ତାତିରୁ ମିଳିବନି ନିସ୍ତାର

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଭିଷଣ ତାତି ।  ଏହି ତାତି ଆଗାମୀ ୧୦ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏହା ପ୍ରଭାବରେ ପୁର୍ବରୁ ପଶ୍ଚିମ ତଥା ଅଭ୍ୟନ୍ତରୀଣ ଓଡ଼ିଶାରେ ଭିଷଣ ଗରମ ଲାଗି ରହିବ । ଆସନ୍ତା ୮,୯,୧୦ ତାରିଖରେ ଓଡ଼ିଶାରେ ସଂଘାତିକ ଗ୍ରଷଯମ ପ୍ରବାହ ହୋଇପାରେ । ସେହି ସମୟରେ ରାଜଧାନୀ ଭୂବନେଶ୍ୱରରେ ତାପମାତ୍ରା ୪୪-୪୫ ଡିଗ୍ରୀ ଛୁଇଁପାରେ ।

ପରେ ୧୧ ତାରିଖ ବେଳକୁ କ୍ରମଶ ତାତି କମିପାରେ । ଏହି ସମୟରେ ବଙ୍ଗୋପ ସାଗରରେ ସୃଷ୍ଟ ହେବାକୁ ଥିବା ଲଘୁଚାପ ମୌସୁମି ଆଗମନ ପାଇଁ ବରଦାନ ହୋଇପାରେ । ଏହାର ପ୍ରଭାବରେ ରଜ ଆଗରୁ ଦକ୍ଷିଣ ପଶ୍ଚିମ ମୌସୁମି ବାୟୁ ଓଡ଼ିଶା ଛୁଇଁପାରେ।

ତେବେ ଗତକାଲି ଦ୍ୱିପ୍ରହର ବେଳକୁ ସମ୍ବଲପୁରର ସର୍ବାଧିକ ଦିନ ତାପମାତ୍ରା ୪୪ ଦଶମିକ ୨ ଡିଗ୍ରୀ ସେଲସିୟସ୍‍ ରେକର୍ଡ କରାଯାଇଥିଲା । ଗତ ୪ ଦିନ ଧରି ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ରହିଛି । ପଶ୍ଚିମ ଓଡ଼ିଶାର ବାକି ସହରଗୁଡ଼ିକ ଭିତରେ ଦିନର ଦ୍ୱିପ୍ରହର ବେଳକୁ ଝାରସୁଗୁଡ଼ାରେ ୪୩ ଦଶମିକ ୪ ଏବଂ ହୀରାକୁଦରେ ୪୨ ଦଶମିକ ୮ ଡିଗ୍ରୀ ସେଲସିୟସ୍‍ ରେକର୍ଡ କରାଯାଇଥିଲା । ଭୁବନେଶ୍ୱରରେ ତାପମାତ୍ରା ୪୧ ଦଶମିକ ୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଜନିତ ବର୍ଷା ଓ ଝଡ଼ ପବନର ସମ୍ଭାବନା ରହିଛି ।

Related Articles

Back to top button