ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସୋମବାର ନୀଳାଦ୍ରୀ ଭକ୍ତ ନିବାସରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏଥିସହ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ୍‌କୁ ଅନୁମୋଦନ ମିଳିଛି।

୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ୨୭୧କୋଟି ୭ଲକ୍ଷ ଟଙ୍କାର ଆୟ ବ୍ୟୟ ଅଟକଳ ଅନୁମୋଦନ କରାଯାଇଛି। ଆୟ ୨୭୧ କୋଟି ୭ ଲକ୍ଷ ଏବଂ ବ୍ୟୟ ୨୬୨କୋଟି ୧୬ ଲକ୍ଷ ଟଙ୍କା ରହିଛି। ବଳକା ୮କୋଟି ୯୧ ଲକ୍ଷ ଟଙ୍କା ରହିବ ବୋଲି ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଛନ୍ତି। ଆର୍ଥିକ ବର୍ଷ ଶେଷ ସୁଦ୍ଧା କର୍ପସ୍ ପାଣ୍ଠିରେ ୫୮ କୋଟି ଟଙ୍କା ଜମା କରାଯିବ। ଅପରପକ୍ଷେ, ବିଦେଶୀ ଭକ୍ତ ଏଣିକି ଅନଲାଇନ୍ ମାଧ୍ୟମରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ କରି ପାରିବେ ବୋଲି ଏହି ବୈଠକରେ ସୂଚନା ଦିଆଯାଇଛି।

Related Articles

Back to top button