ଯବାନଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ

କୁପୱାଡା : ଜାମ୍ମୁ-କାଶ୍ମୀରରେ ସେନାକୁ ମିଳିଛି ବଡ ସଫଳତା । କୁପୱାଡା ଠାରେ ପୋଲିସ ଓ ସେନାର ମିଳିତ ଅପରେଶନ ଚାଲିଥିବା ବେଳେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ଏଥିରେ ଯବାନଙ୍କ ଗୁଳିରେ ୨ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୨ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ନେଇ କାଶ୍ମୀର ଜୋନ ପୋଲିସ ସୂଚନା ଦେଇଛି । ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି ।

ଆତଙ୍କବାଦୀଙ୍କ ନେଟୱର୍କକୁ ଶେଷ କରିବାକୁ ଜାତୀୟ ଯାଂଚ ଏଜେନ୍ସି ଏନଆଇଏ ତରଫରୁ ଅଭିଯାନ ଜାରି ରହିଛି । ମଙ୍ଗଳବାର ଦିନ ଶ୍ରୀନଗର ଠାରେ ହୁରିଆତ ନେତା ଅୟାଜ ଆକବରଙ୍କ ସମ୍ପତ୍ତି ଜବତ କରାଯାଇଛି । ଅୟାଜ ଆକବର ଗତ ୬ ବର୍ଷ ଧରି ତିହାଡ ଜେଲରେ ରହିଛି ।

Related Articles

Back to top button