କୃଷକ ଆନ୍ଦୋଳନ ଯୋଗୁଁ ୩୦ କିଲୋମିଟର ଲମ୍ବା ଟ୍ରାଫିକ୍ ଜାମ୍

ଚଣ୍ଡୀଗଡ଼ : ସର୍ବନିମ୍ନ ସହାୟକ ମୂଲ୍ୟରେ ସୂର୍ଯ୍ୟମୁଖୀ ମଞ୍ଜି କିଣିବା ଦାବିରେ ହରିୟାଣାର କୁରୁକ୍ଷେତ୍ରର କୃଷକମାନେ ଆନ୍ଦୋଳନ ଜାରି ରଖିଛନ୍ତି । କୁରୁକ୍ଷେତ୍ର ସ୍ଥିତ ପିପଲିର କୃଷକମାନେ ଗତ ୨୧ ଘଣ୍ଟା ଧରି ଦିଲ୍ଲୀ-ଚଣ୍ଡିଗଡ଼-ଅମୃତସର ରାଜପଥରେ ବସିଛନ୍ତି । କୃଷକମାନେ ରାଜପଥରେ ରାତି କାଟିବା ସହ ଏଠାରେ ଖାଇ ପିଇଛନ୍ତି ।

ଦିଲ୍ଲୀ-ଚଣ୍ଡିଗଡ଼-ଅମୃତସର ପରି ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ତଥା ବ୍ୟସ୍ତବହୁଳ ରାଜପଥ ବନ୍ଦ ହେବା ଯୋଗୁଁ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ମାଲ ପରିବହନ ପ୍ରଭାବିତ ହୋଇଛି । ମଙ୍ଗଳବାର ପୂର୍ବାହ୍ନ ୧୧ଟା ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ, କୃଷକମାନେ ରାଜପଥରେ ବସିଥିବାରୁ ଏହି ରାଜପଥରେ ୩୦ କିଲୋମିଟର ଲମ୍ବା ଟ୍ରାଫିକ୍ ଜାମ ହୋଇଛି । ରାଜପଥରୁ ପାର୍ଶ୍ୱରୁ ୟୁ-ଟର୍ଣ୍ଣ ନେଇ ଲୋକେ ସର୍ଭିସ ରୋଡରେ ଆଗକୁ ବଢୁଥିବା ବେଳେ ଏହି ସର୍ଭିସ ରୋଡ ମଧ୍ୟ ଜାମ୍ ହୋଇଯାଇଛି । ଏହା ଫଳରେ ଘଣ୍ଟା ଘଟଣା ଧରି ଯାନବାହାନଗୁଡ଼ିକ ଫସି ରହିଛନ୍ତି ଓ ପ୍ରବଳ ଖରାରେ ଲୋକମାନେ ହିନସ୍ତା ହେଉଛନ୍ତି ।

Related Articles

Back to top button