ଅଷ୍ଟ୍ରେଲିଆ ସଂସଦ ଭିତରେ ଦିଆଯାଉଛି ଯୌନ ନିର୍ଯ୍ୟାତନା

ଅଷ୍ଟ୍ରେଲିଆ ସଂସଦ ଭିତରେ ମହିଳା ସାଂସଦଙ୍କୁ ଯୌନ ନିର୍ଯ୍ୟାତନା । ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ସାଂସଦ ଲଡିଆ ଥୋର୍ପ । ଲିବରେଲା ପାର୍ଟିର ସାଂସଦ ଡେଭିଡ ବେନଙ୍କ ବିରୋଧରେ ଏହି ଅଭିଯୋଗ ଆସିଛି । ଗୁରୁବାର ସଂସଦରେ କାନ୍ଦି କାନ୍ଦି ଏହି ଅଭିଯୋଗ ଆଣିଛନ୍ତି ଲଡିଆ ଥୋର୍ପ । ମହିଳା ସାଂସଦ କହିଛନ୍ତି ସଂସଦ ଭବନରେ ଭିତରେ ତାଙ୍କୁ ଯୌନ ନିର୍ଯ୍ୟାତନା ଦିଆଯାଇଛି । ଅଶାଳୀନ ବ୍ୟବହାର ସହ ଆପତିଜନକ ଶଦ୍ଧ ବ୍ୟବହାର କରି ତାଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯାଇଛି । ବିରୋଧ ସତ୍ୱେ ଆପତିଜନକଭାବେ ଶରୀରକୁ ସ୍ପର୍ଶ କରାଯାଇଛି । ସଂସଦରେ ମଧ୍ୟ ମହିଳାମାନେ ସୁରକ୍ଷିତ ନାହାଁନ୍ତି । ଏଥିସହ ମହିଳା ସାଂସଦ କହିଛନ୍ତି ଏହି ବାବଦରେ ଅନେକ ସାଂସଦ ସବୁ ଜାଣିଶୁଣି ଚୁପ ରହିଛନ୍ତି । ତେବେ ମହିଳା ସାଂସଦଙ୍କ ଏହି ଖୁଲ୍ଲାସା ପରେ ଅଷ୍ଟ୍ରେଲିଆ ସଂସଦରେ ଝଡ ସୃଷ୍ଟି ହୋଇଛି । ଅନ୍ୟପଟେ ଅଭିଯୋଗ ଆସିବାପରେ ସାଂସଦ ଡେଭିଡ ବ୍ୟାନଙ୍କୁ ନିଲମ୍ବନ କରାଯାଇଛି । ପୂର୍ବରୁ ୨୦୧୯ ମସିହାରେ ଅନ୍ୟ ଜଣେ ମହିଳା ସାଂସଦ ବ୍ରିଟାନୀ ହିଙ୍ଗିସ ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ ।

Related Articles

Back to top button