ରବିବାର ଖୋଲା ରହିବ ଆହାର କେନ୍ଦ୍ର

ଭୁବନେଶ୍ବର : ଏଣିକି ରବିବାର ବି ଆହାର କେନ୍ଦ୍ର ଖୋଲା ରହିବ ବୋଲି ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ସୂଚନା ଦିଆଯାଇଛି। ସମସ୍ତ ମହାନଗର ନିଗମ କମିଶନର ତଥା ସିଟି ଆହାର ସମିତି ସଭାପତି ଏବଂ ଜିଲାପାଳ ତଥା ଜିଲା ଆହାର ସମିତିର ସଭାପତିଙ୍କୁ ଏ ନେଇ ଅବଗତ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ରାଜ୍ୟରେ ବିଭିନ୍ନ ଡାକ୍ତଖାନା ପରିସରରେ ବା ନିକଟରେ ଥିବା ଆହାର କେନ୍ଦ୍ରଗୁଡିକ ରବିବାର ଆହାର କେନ୍ଦ୍ର ଖୋଲା ରହିବ । ଏହା ଦ୍ବାରା ଡାକ୍ତରଖାନା ପରିସରକୁ ଆସୁଥିବା ଲୋକେ ଉପକୃତ ହୋଇପାରିବେ। ପୂର୍ବରୁ ରବିବାରକୁ ଛାଡ଼ି ବାକି ସମସ୍ତ ଦିନ ଆହାର କେନ୍ଦ୍ର ଖୋଲୁଥିଲା। ରାଜ୍ୟରେ ୧୬୭ଟି ଆହାର କେନ୍ଦ୍ର ରହିଛି। ସେଥିରୁ ୮୨ଟି ଡାକ୍ତରଖାନା ପରିସରରେ ରହିଛି। ସେଥିରୁ ୫୮ ଟିରେ ରାତିରେ ମଧ୍ୟ ଖାଦ୍ୟ ପରିବେଷଣ ସୁବିଧା ରହିଛି।

Related Articles

Back to top button