ହିମାଚଳପ୍ରଦେଶରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ

ହିମାଚଳପ୍ରଦେଶରେ ଭୂସ୍ଖଳନ। ଲଗାତାର ବର୍ଷା ଲାଗି ରହିଥିବାରୁ ହିମାଚଳ ପ୍ରଦେଶରେ ଭୂସ୍ଖଳନ ସହ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ଏହି କାରଣରୁ ଅନେକ ସ୍ଥାନରେ ଟ୍ରାଫିକ୍ ଜାମ୍ ଆରମ୍ଭ ହେବା ସହ ବୁଲିବାକୁ ଯାଇଥିବା ଶହ ଶହ ଯାତ୍ରୀ ରାସ୍ତାରେ ଫସି ରହିଛନ୍ତି ।

ମଣ୍ଡି ଏବଂ କୁଲ୍ଲୁକୁ ସଂଯୋଗ କରୁଥିବା ଜାତୀୟ ରାଜପଥରେ ଟ୍ରାଫିକ୍ ଜାମ୍ ଯୋଗୁଁ ହିମାଚଳ ପ୍ରଦେଶର ମଣ୍ଡିରେ ୨୦୦ରୁ ଅଧିକ ଲୋକ ଅଟକି ରହିଛନ୍ତି । ସେମାନଙ୍କ ମଧ୍ୟରେ ଏକାଧିକ ଯାତ୍ରୀ ଥିବା କୁହାଯାଉଛି । ପ୍ରଶାନ୍ତ ନାମକ ଜଣେ ଯାତ୍ରୀ କହିଛନ୍ତି, ଭୂସ୍ଖଳନ ଓ ବନ୍ୟା ପାଇଁ ଟ୍ରାଫିକ୍ ଜାମ୍ ହେବାରୁ ଏବେ ରାସ୍ତା ବନ୍ଦ ରହିଛି। ଆମେ ଗତ ସନ୍ଧ୍ୟାରୁ ରାସ୍ତାରେ ଫସି ରହିଛୁ। ଜାମ୍ ବଢ଼ିବା ସହ ଏକାଧିକ ଗାଡ଼ି ଅଟକି ରହିଛନ୍ତି।

Related Articles

Back to top button