ଜୁଲାଇରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ପ୍ରବେଶ ଏବଂ ଲଘୁଚାପ ଯୋଗୁଁ ଦୁଇଦିନ ହେଲା ବିଭିନ୍ନ ଅଞ୍ଚଳରେ ଅଧିକ ବର୍ଷା ହୋଇଛି।ଜୁଲାଇ ଦ୍ଵିତୀୟ ସପ୍ତାହରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି। ସମ୍ଭାବ୍ୟ ଲଘୁଚାପ ଦ୍ବାରା ପୁଣି ମୌସୁମୀ ବାୟୁ ସକ୍ରିୟ ହେବାରୁ ବର୍ଷା ପରିମାଣ ବୃଦ୍ଧି ପାଇବ। ଆସନ୍ତା ୬ଦିନ ପର୍ଯ୍ୟନ୍ତ ରାଜ୍ୟରେ ମୌସୁମୀ ସକ୍ରିୟ ରହବି ନାହିଁ; କିନ୍ତୁ ବିକ୍ଷିପ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ୨୦ରୁ ୨୫ମିମି ବର୍ଷା ହୋଇପାରେ। ୨୯ରୁ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ଥିବାବେଳେ ପାଗ ଆଂଶିକ ମେଘୁଆ କିମ୍ବା ଖରାଟିଆ ରହିବ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।

Related Articles

Back to top button