ଖୋଲିଲା କଲମା ବ୍ୟାରେଜର ୬୬ଟି ଗେଟ୍‌

ଭୁବନେଶ୍ବର: ଛତିଶଗଡ଼ କଲମା ବ୍ୟାରେଜର ସମସ୍ତ ୬୬ଟି ଗେଟ୍ ଖୋଲିଦେବା ଫଳରେ ହୀରାକୁଦରେ ବର୍ଷାପାଣି ପ୍ରବେଶ କରିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ସମସ୍ତ ଗେଟ୍ ଖୋଲାଯାଇଛି। କଲମା ଗେଟ୍ ଖୋଲିବା ଫଳରେ ହୀରାକୁଦର ଜଳସ୍ତର ବୃଦ୍ଧି ପାଉଛି। ସୂଚନା ଅନୁଯାୟୀ, ଦିନ ୧୨ଟା ସୁଦ୍ଧା ହୀରାକୁଦ ଜଳସ୍ତର ୬୦୩.୬୭ ଫୁଟ୍ ରହିଛି। ଏବେ ହୀରାକୁଦ ଜଳଭଣ୍ଡାରକୁ ୭୯ ହଜାର ୨୬୨ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ୨୯ ହଜାର ୭୭୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ହୀରାକୁଦ ଜଳଭଣ୍ଡାରର ମୋଟ ଜଳ ଧାରଣ କ୍ଷମତା ୬୩୦ ଫୁଟ ରହିଛି। ଉପରମୁଣ୍ଡରେ ଯଦି କ୍ରମାଗତ ବର୍ଷା ଲାଗି ରହେ, ହୀରାକୁଦ ବନ୍ୟା ଜଳ ଛାଡ଼ିବ ବୋଲି ଜଣାପଡ଼ିଛି।

Related Articles

Back to top button