ହାଇକୋର୍ଟ ଗଲା ରତ୍ନଭଣ୍ଡାର ପ୍ରସଙ୍ଗ

ମହାପ୍ରଭୁଙ୍କ ରତ୍ନଭଣ୍ଡାର ପ୍ରସଙ୍ଗକୁ ନେଇ ଦିନକୁ ଦିନ ତେଜୁଛି ରାଜନୀତି । ହାଇକୋର୍ଟର ଦ୍ୱାରସ୍ଥ ହେଇ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଛନ୍ତି ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି । ରତ୍ନଭଣ୍ଡାର ଖୋଲି ତାର ସବିଶେଷ ତାଲିକା ପ୍ରସ୍ତୁତ କରିବାକୁ ହାଇକୋର୍ଟରେ ଆବେଦନ କରିଛନ୍ତି ବରିଷ୍ଠ ବିଜେପି ନେତା ସମୀର ମହାନ୍ତି । ରାଜ୍ୟପାଳ କିମ୍ବା ଜଣେ କାର୍ଯ୍ୟରତ ହାଇକୋର୍ଟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ କମିଟି ଗଠନ କରାଯାଇ ରତ୍ନ ଅଳଙ୍କାରର ତାଲିକା ପ୍ରସ୍ତୁତ କରିବା ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି । ସମୀରଙ୍କ ପକ୍ଷରୁ ଲଢୁଥିବା ବରିଷ୍ଠ ଆଇନଜୀବି ପିତାମ୍ବର ଆଚାର୍ଯ୍ୟଙ୍କ ସୂଚନା।

ରତ୍ନଭଣ୍ଡାରର ମରାମତି ନକରି ବିପଦ ସଙ୍କୁଳ ଅବସ୍ଥାରେ ରଖିବା ଅଭିଯୋଗ ଆଣିବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ସମୀର ମହାନ୍ତି । ଆବେଦନରେ ଗଜପତି ଦିବ୍ୟ ସିଂହଦେବ, ଗୃହ ସଚିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ପୁରୀ ଜିଲ୍ଲାପାଳଙ୍କ ସହ ଆଇନ ସଚିବଙ୍କୁ ମଧ୍ୟ ପକ୍ଷଭୁକ୍ତ କରାଯାଇଛି ।

Related Articles

Back to top button