ପଶ୍ଚିମବଙ୍ଗର ୬୦୪ ବୁଥରେ ଆଜି ସାନି ନିର୍ବାଚନ 

ପଶ୍ଚିମବଙ୍ଗରେ ଶନିବାର ହୋଇଥିବା ପଂଚାୟତ ନିର୍ବାଚନରେ ବ୍ୟାପକ ହିଂସାକାଣ୍ଡ ପରେ ବଡ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ଆଜି ପୁଣି ହିଂସାକାଣ୍ଡ ଘଟିଥିବା ୬୦୪ ବୁଥରେ ସାନି ନିର୍ବାଚନ ହେବ । ନଦିଆ ପୁରଲିଆ, ମାଲଦା, ମୁର୍ଶିଦାବାଦ, ବୀରଭୂମି, ଜଲପାଇଗୁଡି, ଉତର-୨୪ ପ୍ରଗଣା ଓ ଦକ୍ଷିଣ ୨୪ ପ୍ରଗଣାରେ ଆଜି ପୁଣି ଭୋଟ ଗ୍ରହଣ କରାଯିବ । ମୁର୍ଶିଦାବାଦରେ ସର୍ବାଧିକ ୧୭୫ ବୁଥରେ ଭୋଟ ଗ୍ରହଣ ହେବ ।

ସେହିପରି ମାଲଦାରେ ୧୧୨ ବୁଥ, ନଦିଆରେ ୮୯ ବୁଥ, ଉତର ୨୪ ପ୍ରଗଣାର ୪୬ ବୁଥ ଓ ଦକ୍ଷିଣ ୨୪ ପ୍ରଗଣାର ୩୬ ବୁଥରେ ସାନି ନିର୍ବାଚନ ହେବ । କେନ୍ଦ୍ରୀୟ ସୁରକ୍ଷାବଳର ନୀରିକ୍ଷଣରେ ମୋଟ ୬୦୪ ବୁଥରେ ଭୋଟ ଗ୍ରହଣ କରାଯିବ । ଶନିବାର ମତଦାନ ବେଳେ ଉତେଜନା, ହିଂସା, ପୋଡା ଜଳା ଦେଖିବାକୁ ମିଳିଥିଲା । ବୁଥରେ ମାରପିଟ, ବୁଥ କ୍ୟାପଚରିଂ, ପୋଡା ଜଳା, ବାଲଟ ବକ୍ସ ଲୁଟ ହୋଇଥିଲା । ବିଶେଷ କରି ମୁର୍ଶିଦାବାଦ, କୁଚବିହାର ଓ ଉତର ୨୪ ପ୍ରଗଣାରେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଛି । ରାଜ୍ୟ ବିଜେପି ପୁଣି ଥରେ ନିର୍ବାଚନ କରିବା ଦାବିରେ ରବିବାର ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ।

Related Articles

Back to top button