କାଲିଠୁ ଶସ୍ତାରେ ମିଳିବ ଟମାଟୋ

ସମଗ୍ର ଦେଶରେ ଟମାଟୋର ବୃଦ୍ଧି ପାଉଥିବା ମୂଲ୍ୟ ହ୍ରାସ କରିବାକୁ କେନ୍ଦ୍ର ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି, ଯେଉଁଥିପାଇଁ ଟମାଟୋକୁ ସରକାର ଶସ୍ତା ଦରରେ ବିକ୍ରି କରିବେ।

ବୁଧବାର କେନ୍ଦ୍ର ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରୁ ଟମାଟୋ କିଣିବା ପାଇଁ ସମବାୟ ସମିତି ନାଫେଡ ଏବଂ ନ୍ୟାସନାଲ କଞ୍ଜ୍ୟୁମର କୋଅପରେଟିଭ ଫେଡେରେଶନ (NCCF) କୁ ନିର୍ଦ୍ଦେଶ ଦେଇଛି। ସାଧାରଣ ଲୋକଙ୍କୁ ଆରାମ ଦେବା ପାଇଁ ପ୍ରମୁଖ ଉପଭୋକ୍ତା କେନ୍ଦ୍ରଗୁଡ଼ିକରେ ହ୍ରାସ ହାର ସହିତ ଟମାଟୋ ବଣ୍ଟନ କରାଯିବ।

ସୂଚନା ଯୋଗ୍ୟ ଯେ, ଗତ ଏକ ମାସ ମଧ୍ୟରେ ଟମାଟୋର ଖୁଚୁରା ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟ ଏକ ବୟାନରେ କହିଛି ଯେ ଜୁଲାଇ ୧୪ ଆର୍ଥାତ୍ ଆସନ୍ତାକାଲିଠୁ ଟମାଟୋ କମ୍ ମୂଲ୍ୟରେ ରିଟେଲ ଆଉଟଲେଟ୍ ମାଧ୍ୟମରେ ଦିଲ୍ଲୀ-ଏନସିଆରରେ ଗ୍ରାହକଙ୍କୁ ବିକ୍ରି କରାଯିବ।

Related Articles

Back to top button